www.samajalive.in
Sunday, December 7, 2025
15.1 C
Bhubaneswar

‘ପରୀକ୍ଷା ପେ ଚର୍ଚ୍ଚା’ରେ କହିଲେ ମୋଦୀ- ନମ୍ବର ଜୀବନର ସବୁକିଛି ନୁହେଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ପରୀକ୍ଷା ପେ ଚର୍ଚ୍ଚାର ୩ ସଂସ୍କରଣରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦୦ ପିଲା ଭାଗ ନେଇଥିଲେ। ପରୀକ୍ଷା ସମୟରେ ନିଜକୁ କିପରି ଚାପମୁକ୍ତ ରଖି ଏହାକୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଅନେକ ପରାମର୍ଶ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ପିଲାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଅନେକ ଲୋକ ପ୍ରାତଃ ସମୟରେ ପାଠ ପଢିବା ଲାଗି ପିଲାମାନଙ୍କୁ ପରାମର୍ଶ ଦେଇଥାନ୍ତି; କାରଣ ସକାଳେ ପାଠ ପଢିବା ଦ୍ବାରା ଏହା ଭଲ ମନେ ରହିଥାଏ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ହେଉଛି ଯେ ପ୍ରତ୍ୟେକଙ୍କର ଭିନ୍ନ ପ୍ରକାର ଅଭ୍ୟାସ ଓ ପସନ୍ଦ ରହିଥାଏ। ଯଦି ଜଣେ ପିଲା ବିଳମ୍ବିତ ରାତିରେ ପାଠ ପଢିବାକୁ ଭଲ ପାଉଛି ତେବେ ତାକୁ ଏଥିପାଇଁ ଅନୁମତି ଦେବା ଦରକାର। ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ସବୁବେଳେ ନିଜକୁ ଚାପମୁକ୍ତ ରଖିବା ଦରକାର। ଅନ୍ୟମାନେ କଣ କରୁଛନ୍ତି ତାକୁ ନେଇ ବ୍ୟସ୍ତ ହୁଅ ନାହିଁ। ନିଜ ଉପରେ ଦୃଢ ବିଶ୍ବାସ ରଖ ଓ ନିଜ ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଅ। ପରୀକ୍ଷା ସମୟରେ ଆମେ ସହଜ ପ୍ରଶ୍ନରୁ ଉତ୍ତର ଲେଖିବା ଆରମ୍ଭ କରିବା। ଏହାଦ୍ବାରା ଆମର ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ କହିଛନ୍ତି ଯେ ପରୀକ୍ଷା ଜୀବନ ନୁହେଁ, ଏହା ଜୀବନର ଏକ ଲକ୍ଷ୍ୟ ଅଟେ। ପରୀକ୍ଷାରେ ମିଳୁଥିବା ନମ୍ବର ଜୀବନର ସବୁକିଛି ହୋଇ ନ ଥାଏ ବରଂ ଏହା ଜୀବନକୁ ଆଗକୁ ବଢ଼ାଇବାର ଏକ ସୋପାନ ଭାବେ କାମ କରିଥାଏ। ତେଣୁ ଏହାକୁ ଚାପ ନ ଭାବି ଦୃଢ଼ତାର ସହ ସାମ୍ନା କରନ୍ତୁ ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୦୧ରେ ଇଡେନ ଗାର୍ଡ଼େନ ଟେଷ୍ଟରେ ଭାରତରସ୍ଥିତି ଦୟନୀୟ ଥିବାବେଳେ କିପରି ରାହୁଲ ଦ୍ରାବିଡ଼ ଏବଂ ଭିଭିଏସ୍ ଲକ୍ଷ୍ମଣ ଚାପରେ ନ ପଡ଼ି ଏକ ବଡ଼ ପାର୍ଟନରସିପ୍ କରିଥିଲେ ପରେ ଏହା ଭାରତକୁ ବିଜୟୀ ହେବାରେ ସାହାଯ୍ୟ କରିଥିଲା। ସେହିପରି ପ୍ରଖ୍ୟାତ ବୋଲର ଅନିଲ କୁମ୍ବଲେ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିବାବେଳେ ତାଙ୍କ ମୁହଁରେ ବଲ ବାଜି ଥିବାବେଳେ ଦ୍ବିତୀୟ ଇନିଂସରେ ସେ ବ୍ୟାଣ୍ଡେଜ ଗୁଡ଼ାଇ ବୋଲିଂ କରିଥିଲେ। ପରେ ଇସ୍ରୋର ଉଦାହରଣ ଦେଇ ଚନ୍ଦ୍ରଯାନ-୨ର ବିଫଳତା ପରେ କିପରି ଇସ୍ରୋ ମୁଖ୍ୟାଳୟରେ ରହିଥିଲେ ସେ କଥା ମଧ୍ୟ ଉଦାହରଣ ଦେଇଥିଲେ। ଛାତ୍ରୀଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଧ୍ୟାନ ପୂର୍ବକ ଶୁଣିବା ସହ କିପରି ଚାପରୁ ମୁକ୍ତି ପାଇପାରିବେ ସେନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ କରିଥିଲେ। ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲା ମଧ୍ୟ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏଥର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଛାତ୍ରୀଛାତ୍ରମାନେ ସଞ୍ଚାଳନ କରିଥିଲେ। କେବଳ ଦେଶ ନୁହେଁ ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମକୁ ଦେଖିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଦେଶର ୫୦ଜଣ ଛାତ୍ରୀଛାତ୍ରଙ୍କ ଦ୍ବାରା କରାଯାଇଥିବା ଚିତ୍ରକଳା ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମୋଦି ବୁଲି ଦେଖିବା ସହ ଚିତ୍ର ସମ୍ପର୍କରେ ଛାତ୍ରୀଛାତ୍ରଙ୍କଠାରୁ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମକୁ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ନିଜର ଅଫିସିଆଲ ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବା ସହ ଦୂରଦର୍ଶନ ଏବଂ ବିଭିନ୍ନ ଟିଭି ଓ ରେଡିଓ ଚ୍ୟାନେଲ ସିଧା ପ୍ରସାରଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories