www.samajalive.in
Monday, December 8, 2025
20.1 C
Bhubaneswar

ବଢିବ ବିଶ୍ୱ ତାପମାତ୍ରା: ସର୍ବାଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ : ଆଗାମୀ ଦିନରେ ବିଶ୍ୱ ତାପମାତ୍ରା ଅଧିକରୁ ଅଧିକ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି। ୨୦୩୦ରୁ ୨୦୫୦ ମଧ୍ୟରେ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀରୁ ୨ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଜାତିସଂଘ ଦ୍ୱାରା ଆକଳନ କରାଯାଇଛି। ଜାତିସଂଘ ଦ୍ୱାରା ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆନ୍ତଃସରକାରୀ କମିଟି (ଆଇପିସିସି) ଏହାର ରିପୋର୍ଟରେ ଉଲ୍ଳେଖ କରିଛି ଯେ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀରୁ ୨ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ପାଇବ। ବିଶ୍ୱ ତାପମାତ୍ରା ବୃଦ୍ଧି ଦ୍ୱାରା ଭାରତ ସର୍ବାଧିକ ପ୍ରଭାବିତ ହେବ। ତାପମାତ୍ରା ବୃଦ୍ଧି ଯୋଗୁଁ ୨୦୧୫ରେ ଭାରତରେ ଯେପରି ଗ୍ରୀଷ୍ମ ପ୍ରବାହ ହୋଇଥିଲା ସେହିପରି ଗ୍ରୀଷ୍ମ ପ୍ରବାହ ପୁନର୍ବାର ଅନୁଭୂତ ହେବ। ୨୦୧୫ରେ ହୋଇଥିବା ଗ୍ରୀଷ୍ମ ପ୍ରବାହରେ ଭାରତରେ ୨୫୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ଭାରତ ସହିତ ପାକିସ୍ତାନ ମଧ୍ୟ ସର୍ବାଧିକ ପ୍ରଭାବିତ ହେବ ବୋଲି କୁହାଯାଇଛି।
ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏହି ଆଇପିସିସି ବୈଠକରେ ସୋମବାର ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱ ତାପମାତ୍ରା ବୃଦ୍ଧି ଦ୍ୱାରା ଦାରିଦ୍ର୍ୟ ବୃଦ୍ଧି ପାଇବ। ତାପମାତ୍ରା ବୃଦ୍ଧି ଦ୍ୱାରା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ଖାଦ୍ୟ ଉତ୍ପାଦନ ହ୍ରାସ ପାଇବ। ଯାହା ପରୋକ୍ଷରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବ। ସମ୍ପ୍ରତି ବିଶ୍ୱରେ ଯେଉଁ ହାରରେ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହେଉଛି ତାହା ଜାରି ରହିଲେ ୨୦୩୦ ବେଳକୁ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ପାଇବ। ବିଶ୍ୱରେ ଅଙ୍ଗାରକାମ୍ଳ ନିର୍ଗମନକାରୀ ରାଷ୍ଟ୍ର ମଧ୍ୟରେ ଭାରତ ତୃତୀୟରେ ରହିଛି। ଚୀନ ଓ ଆମେରିକା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରିପୋର୍ଟ ଅନୁଯାୟୀ ଗତବର୍ଷ ଭାରତ ଏହାର ତାପଜ ବିଦ୍ୟୁତ୍‍ କ୍ଷେତ୍ରରୁ ୯୨୯ ନିୟୁତ ଟନ୍‍ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ କରିଛି। ବିଶ୍ୱର ତାପମାତ୍ରା ବୃଦ୍ଧି ନେଇ ଯେଉଁ ଆକଳନ କରାଯାଇଛି ତାକୁ କିପରି ହ୍ରାସ କରାଯିବ ସେ ସମ୍ପର୍କରେ ଆଗାମୀ ଡିସେମ୍ବରରେ ହେବାକୁ ଜାତିସଂଘର ଜଳବାୟୁ ସମ୍ପର୍କିତ ବୈଠକରେ ଆଲୋଚନା ହେବ। ଭାରତ ଅଗ୍ରଣୀ ଅଙ୍ଗାରକାମ୍ଳ ନିର୍ଗମନକାରୀ ରାଷ୍ଟ୍ର ହିସାବରେ ଏ କ୍ଷେତ୍ରରେ ନୂଆଦିଲ୍ଲୀର ଭୂମିକା ଗୁରୁତ୍ୱ ବହନ କରିବ। ଗତ ୧୫୦ବର୍ଷ ମଧ୍ୟରେ ଦିଲ୍ଲୀ ସହରର ତାପମାତ୍ରା ୧ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ପାଇଥିବାବେଳେ ମୁମ୍ବଇ ୦.୭ଡିଗ୍ରୀ, କଲକାତା ୧.୨ ଡିଗ୍ରୀ ଓ ଚେନ୍ନଇ ୦.୬ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ପାଇଛି। ଜଳବାୟୁ ବିଶେଷଜ୍ଞଙ୍କୁ ନେଇ ଗଠନ ହୋଇଥିବା ଆଇପିସିସି ତାପମାତ୍ରା ବୃଦ୍ଧି ନେଇ ଯେଉଁ ସତର୍କ ସୂଚନା ଜାରି କରିଛି ତାକୁ ଜରୁରୀ ଭିତ୍ତିରେ ମୁକାବିଲା କରାଯିବାର ଆବଶ୍ୟକତା ରହିଛି। ପ୍ରାୟ ୬୦୦୦ ବୈଜ୍ଞାନିକ ତଥ୍ୟକୁ ଅନୁଧ୍ୟାନ କରାଯିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories