www.samajalive.in
Sunday, December 7, 2025
16.1 C
Bhubaneswar

ଆଇନଜୀବୀ ପୀତବାସ ହତ୍ୟା ମାମଲା: ଯାଞ୍ଚ ଜୋର, ୮୦ରୁ ଅଧିକଙ୍କୁ ପଚରାଉଚରା

ବ୍ରହ୍ମପୁର: ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ୨ ଅଭିଜ୍ଞ ପୁଲିସ ଅଧିକାରୀ ତନାଘନା ଆରମ୍ଭ କରିଛନ୍ତି ା ପୂର୍ବରୁ ବ୍ରହ୍ମପୁର ସହରରେ ଅପରାଧ ଜଗତ ସହ ଜଡିତ ଥିବା ବ୍ୟକ୍ତି ସହ ବନ୍ଧୁକ ଯୋଗାଣ ଓ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ପୁରୁଣା ଫାଇଲ ଖୋଲା ଯାଇଥିବା କୁହାଯାଇଛି ା ଏହି ହାଇ ପ୍ରୋଫାଇଲ ହତ୍ୟାର ତଦନ୍ତ ଅଧିକାରୀ ଭାବେ ଟାଉନ ଏସଡିପିଓ ରହିଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ ତଦାରଖ କରୁଛନ୍ତି ା ତଦନ୍ତ ପାଇଁ ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କୁ ନେଇ ୬ଟି ଦଳ ଗଠନ ହୋଇଛି ା ଏହାବାଦ ବ୍ରହ୍ମପୁର ପୁଲିସ ଜିଲାରେ ପୂର୍ବରୁ ବହୁବର୍ଷ ଧରି କାର୍ଯ୍ୟ କରି ସାରିଥିବା ୨ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତରେ ସାମିଲ କରାଯାଇଛି ା ଗୋଳନ୍ଥରା ଥାନାରେ ବହୁ ବର୍ଷ ଧରି କାର୍ଯ୍ୟରତ ଆଲୋକ ଜେନା ବ୍ରହ୍ମପୁରର ଅତିରିକ୍ତ ଏସପି ଭାବେ ଗତକାଲି କାର୍ଯ୍ୟରେ ଯୋଗ ଦେଇ ତଦନ୍ତରେ ସାମିଲ ହୋଇଥିବା କୁହାଯାଉଛି ା ସେହିପରି ବ୍ରହ୍ମପୁରର ଟାଉନ ଥାନା ଓ ବଡବଜାର ଥାନାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ସାରିଥିବା ତଥା ବର୍ତ୍ତମାନ ଗଜପତି ଜିଲା ଆର ଉଦୟଗିରିର ଏସଡିପିଓ ଭାବେ ନିୟୋଜିତ ଥିବା ସୁରେଶ କୁମାର ତ୍ରିପାଠୀଙ୍କୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ସ୍ବତନ୍ତ୍ର ନିର୍ଦେଶକ୍ରମରେ ବ୍ରହ୍ମପୁର ପୁଲିସ ଜିଲାକୁ ଅଣାଯାଇଛି ା ଆଗାମୀ ନିର୍ଦେଶ ଯାଏଁ ସେ ବ୍ରହ୍ମପୁର ଏସପିଙ୍କ ନିକଟରେ କାର୍ଯ୍ୟ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ା ଏହି ୨ ପୁଲିସ ଅଧିକାରୀଙ୍କ ପୂର୍ବ ଅଭିଜ୍ଞତାକୁ ନେଇ ପୀତବାସ ହତ୍ୟାର ଅପରାଧୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି ା

ପୀତବାସଙ୍କୁ ଯେଉଁ ୨ ଜଣ ବ୍ୟକ୍ତି ଗୁଳି କରିଥିଲେ ପୁଲିସ ସେମାନଙ୍କ ବିଷୟରେ ଜାଣି ସାରିଥିବା ଶୁଣିବାକୁ ମିଳୁଛି ା ଏପରିକି ଏହି ହତ୍ୟାର ଷଡଯନ୍ତ୍ରକାରୀ କିଏ ସେ ବିଷୟରେ ମଧ୍ୟ ପୁଲିସ ଜାଣିସାରିଥିଲେ ମଧ୍ୟ ଗୁଳି ଫୁଟାଇଥିବା ବ୍ୟକ୍ତି ଓ ଷଡଯନ୍ତ୍ରକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରମାଣିତ କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା କୁହାଯାଉଛି ା ତଦନ୍ତ ବାଟବଣା ହେବା ଆଶଙ୍କାରେ ଏ ବିଷୟରେ ପୁଲିସ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଉ ନାହିଁ ା ବିଭିନ୍ନ କ୍ଷେତ୍ରର ୮୦ରୁ ଅଧିକ ଜଣଙ୍କୁ ପୁଲିସ ପଚରାଉଚରା କରିସାରିଛି ା ବ୍ରହ୍ମପୁର ବାହାରେ ଏକାଧିକ ପୁଲିସ ଦଳ ନିୟୋଜିତ ଅଛନ୍ତି ା ଅନ୍ୟପକ୍ଷରେ ପୀତବାସ ହତ୍ୟାର ତଦନ୍ତ ବେଳେ ବାଲି ଓ ଜମି କାରବାର ସହ ଆଉ କିଛି ଭିନ୍ନ ଧରଣର ଦିଗ ମଧ୍ୟ ପୁଲିସ ସାମ୍ନାକୁ ଆସିଛି ା ଏପରିକି ପୁଲିସ ଗତକାଲି ଜଣେ ମହିଳା ଓ ଜଣେ ଯୁବତୀ ସମେତ ପୁରୁଣା ଅପରାଧୀଙ୍କୁ ନେଇ ପଚରାଉଚରା କରିଛି ା ଆସନ୍ତା ୧୫ ତାରିଖରେ ପୀତବାସଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମ ହେବାକୁ ଯାଉଛି ା ଏହାପୂର୍ବରୁ ପୁଲିସ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀଙ୍କ ବିଷୟରେ ରହସ୍ୟ ଉନ୍ମୋଚନ କରିବା ନେଇ ପରିବାରବର୍ଗ ଆଶା ରଖିଛନ୍ତି ା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories