www.samajalive.in
Saturday, December 6, 2025
26.1 C
Bhubaneswar

ପିପିଲି ଉପନିର୍ବାଚନ ପାଇଁ ସମନ୍ୱୟ ବୈଠକ: ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ

ପିପିଲି: ପିପିଲି ଉପନିର୍ବାଚନକୁ ସଫଳତାର ସହ ପରିଚାଳନା ପାଇଁ ପୋଲିଂ ସେକ୍ଟର ଅଫିସର ଓ ପୁଲିସ ସେକ୍ଟର ଅଫିସରମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ପିପିଲି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ଏସ୍‍ପି ଡକ୍ଟର କନୱର ବିଶାଲ ସିଂହ, ଉପଜିଲାପାଳ ଭବତାରଣ ସାହୁ, ନିର୍ବାଚନ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ପୁରୀର ଅତିରିକ୍ତ ଏସ୍‍ପି ପ୍ରଫୁଲ୍ଳ ଚନ୍ଦ୍ର ବଡଜେନା, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ପ୍ରମୁଖ ଯୋଗ ଦେଇଥିଲେ । ଉପନିର୍ବାଚନ ପାଇଁ ଜାରି ହୋଇଥିବା ସ୍ୱତନ୍ତ୍ର କୋଭିଡ୍‍ ମାର୍ଗଦର୍ଶିକା ପାଳନ ଓ ଆଦର୍ଶ ଆଚରଣ ବିଧି ସଂପର୍କରେ ଜିଲାପାଳ ଆଲୋକପାତ କରିବା ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ମତଦାନ କେନ୍ଦ୍ର ଗୁଡିକରେ ସୁରକ୍ଷିତ ଭାବେ ପୋଲିଂ ପାର୍ଟି ପହଞ୍ଚିବା ଓ ଶୃଙ୍ଖଳିତ ମତଦାନ ସଂପନ୍ନ ହେବା ଆଦି ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‍ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିବା ବେଳେ ସଫଳତାର ସହ ନିର୍ବାଚନ ପରିଚାଳନା ପାଇଁ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତି ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା ।

 

- Advertisement -

ଏଥିସହ ନିର୍ବାଚନ ସମୟରେ ବୁଥ୍‍ର ସୁରକ୍ଷା, ସଭା ନିୟନ୍ତ୍ରଣ ତଥା ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ପୁଲିସର ଭୂମିକା ଉପରେ ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ପୁଲିସ ସେକ୍ଟର ଅଫିସର ଓ ପୋଲିଂ ସେକ୍ଟର ଅଫିସର ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ସଠିକ୍‍ ଭାବେ ଦାୟିତ୍ୱ ନିର୍ବାହ ପୂର୍ବକ ନିର୍ବାଚନ କାର୍ଯ୍ୟକୁ ସଠିକ୍‍ ଭାବେ ତୁଳାଇବା ସଂପର୍କରେ ସଂକ୍ଷେପରେ ତାଲିମ ଦିଆଯାଇଥିଲା। ନିର୍ବାଚନ କମିଶନ ଜାରି କରିଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରାଯିବା ସହ କୋଭିଡ୍‍ ମାର୍ଗଦର୍ଶିକାକୁ ଠିକ୍‍ ଭାବେ ତଦାରଖ କରିବା ପାଇଁ ରାଜସ୍ୱ ବିଭାଗ ଓ ପୁଲିସ ବିଭାଗର ମିଳିତ ସହଯୋଗରେ ଏକ କୋଭିଡ୍‍ ଅଡିଟ୍‍ ଟିମ୍‍ ଗଠନ କରାଯାଇଥିବା ସଂପର୍କରେ ଏସ୍‍ପି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ପିପିଲି ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମିତା ନାଥ, ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲିପ କୁମାର ଷଡଙ୍ଗୀ, ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ, ପିପିଲି ଆଇଆଇସି ଅଭିମନ୍ୟୁ ନାୟକ, ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ, ସତ୍ୟବାଦୀ ଆଇଆଇସି ଦେବୀପ୍ରସାଦ ପାତ୍ର, ବଳଙ୍ଗା ଥାନାଧିକାରୀ ରଶ୍ମିରଞ୍ଜନ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories