ଚାକିରୀ ଦେବା ନାରେ ଟଙ୍କା ଆଦାୟ, କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର 

ଫୁଲବାଣୀ :  କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଚାକିରୀ ଦେବା ନାରେ ସରଳ ନିରୀହ ଆଦିବାସୀ ଯୁବକ ଯୁବତୀମାନଙ୍କ ଠାରୁ ମୋଟା ଆଙ୍କର ଅର୍ଥ ଆଦାୟ କରିଥିବା ଅଭିଯୋଗ କରି ରାଜ୍ୟପାଳଙ୍କ ଉଦ୍ଧେଶ୍ୟ ରେ ବିଡ଼ିଓଙ୍କୁ ଏକ ଦାବିପତ୍ର ଦେଇଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କୁଇ ସମାଜ ସେବା ସମତି। ଶେବା ସମିତିର ଯୁବ ସଭାପତି ଭୋଦେବ କହଁରଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପଶାଖା ସଭାପତି ମାଧବ କହଁର,ସମ୍ପାଦକ ବିନୋଦ କହଁର, ଶାଖା ସମ୍ପାଦକ ଏସିଆ କହଁର,କୋଷାଧକ୍ଷ ଦୁଃଶାସନ କହଁର,କାଶିନୀପଦର ଉପଶାଖା ସଭାପତି ଲଣ୍ଡା କହଁରଙ୍କ ସହ ସୁବାସ ଚନ୍ଦ୍ର କହଁର, ହେମନ୍ତ କହଁର ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଙ୍କ ପାତ୍ରସଂଖ୍ୟା ୯୬୦/୦୭/୦୨/୨୦୨୪ରେ ଗ୍ରୁପ ଡି ଚାକିରୀରେ ନିଯୁକ୍ତି ପାଇଁ ଏଜେନ୍ସିମାନଙ୍କୁ ଟେଣ୍ଡର ପକାଇବା ପାଇଁ ନିର୍ଦେଶ ଦିଆଯାଇଥିଲା। ଅନେକ ଏଜେନ୍ସି ଟେଣ୍ଡର ଦାଖଲ କରିଥିବା ବେଳେ ପ୍ରତ୍ୟୁଷ ଏଜେନ୍ସି କୁ ଏହି ଟେଣ୍ଡର ମିଳିଛି। କିନ୍ତୁ ଚାକିରିଦେବା ନାରେ ଏହି ପ୍ରତ୍ୟୁଷ କମ୍ପାନୀର ମ୍ୟାନେଜର ଯାହାଙ୍କ ନା ଲିଙ୍ଗରାଜ ସାହୁ ବୋଲି ଜଣାପଡିଥିବା ବେଳେ ସେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧୀନରେ ଥିବା ଜଗନ୍ନାଥ ପ୍ରସାଦ ଗାଁର ବୋଲି ଜଣାପଡିଛି। ତେବେ ସେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ଏହି ଚାକିରୀ ପାଇଁ ଆବେଦନ କରିଥିବା ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ଚାକିରୀ କରିଦେଵା ନାରେ ସତୁରି ହଜାରରୁ ଏକଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଛନ୍ତି।
ତେଣୁ ଏହି ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ସରଳ ନିରୀହ  ଆସିବାସୀ ଯୁବକ ଯୁବତୀ ମାନଙ୍କ ଠାରୁ ମୋଟାଆଙ୍କର ଅର୍ଥ ଆଦାୟ କରିଥିବା ଏଜେନ୍ସି ନାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ସମୃକ୍ତ ଏଜେନ୍ସିର ଟେଣ୍ଡର ବାତିଲ କରିଵା ପାଇଁ କୁଇସମାଜ ଦାବିକରିଛି। ଅନ୍ୟପଟେ ରାଜ୍ୟପାଳଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ କମିଶନରଙ୍କୁ ମଧ୍ୟ୍ୟ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଫିରିଙ୍ଗିଆ ବ୍ଲକ ଓ ଜିଲ୍ଲାର ବିଭିନ୍ନ ବ୍ଲକରେ ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ କରାଇ ଦେବା ନାଁରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟି ଥିବା ବେଳେ ଚାକିରୀ ନ ପାଇ ଟଙ୍କା ହରାଇଥିବା ରୁ ଏହାର ତଦନ୍ତ କରି ଅସାଧୁ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଇ ସମାଜ ସେବା ସମିତି ଦାବି କରିଛି।

Comments are closed.