www.samajalive.in
Monday, December 8, 2025
27.1 C
Bhubaneswar

କନ୍ଧମାଳ ଜିଲାର କୃତି ସାରା ଦେଶ ବାସିଙ୍କୁ ଆକୃଷ୍ଠ କରିଛି, ଦର୍ଶକଙ୍କୁ ମନମୁଗ୍ଧ କାଲା ମଧ୍ୟପ୍ରଦେଶର ବଧାଇ ନୃତ୍ୟ

ଫୁଲବାଣୀ :  କନ୍ଧମାଳ ଜିଲାର କଳା, ସଂସୃତି, ଐତିହ ଓ ପରମ୍ପରା ର ପ୍ରତିକ କନ୍ଧମାଳ ମୋହତ୍ସବ ଓ ପଲିଶ୍ରୀ ମେଳା-୨୦୨୪ କନ୍ଧମାଳ ଷ୍ଟାଟାଡିୟମରେ ବହୁ ଆଡମ୍ବର ସହକାରେ ତଥା ପବଳ ଜନସମାଗମ ଓ ଉତ୍ସାହ ଉଦ୍ଦୀପନାରେ ଶୁକ୍ରବାର ଆରମ୍ଭ ହୋଇଛି । ସକାଳ ୧୧ ଟା ସମୟରେ ପଥମେ ସହରର ଅଧିଷ୍ଟାତ୍ରୀ ଦେବି ମା ନାରାୟଣୀ ମନ୍ଧିରରୁ ରଖାଯାଇଥବା ମଶାଲ ଜ୍ୟୋତିକୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉତ୍ସବ ସ୍ଥଳକୁ ଅଣାଯାଇଥଲା। ପ୍ରଥମ ରଜନୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ତଥା କନ୍ଧମାଳ ମୋହତ୍ସବ ଆୟୋଜନ କମିଟି ଅଧ୍ୟକ୍ଷ ଇଶ୍ୱର ଆଶିସ ପାଟିଲ ଅଧ୍ୟକ୍ଷତାରେ ଜିଲାସରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନ, ଯୋଗ ଦେଇ ପଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥଲେ।
ସମ୍ମାନୀତ ଅତିଥିଭାବେ ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରୋଦନ ମଲିକ, ଓ ଉତ୍ସବରେ  ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପମୁଖ ମଂଚାସୀନ ଥଲେ ।  ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ର ପାରମ୍ପରିକ କୃଷି,ସଂସ୍କୃତି ଓ କଳା, ପର୍ଯ୍ୟଟନ ତଥା ଅନ୍ୟାନ୍ୟ ଜିନିଷକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ  କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ। ପରେ ଏହି ଅବସରରେ ଏକ ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ଗିରିଝଙ୍କାର ଉନ୍ମୋଚିତ ହେବାସହ ଅତିଥି ମାନଙ୍କୁ ପତ୍ର ରେ ତିଆରି ନିଜ ଫୋଟ ଚିତ୍ର ସ୍ମାରକୀ ପ୍ରଦାନ କରିଥିଲେ।
ମୁଖ୍ୟଅତୀଥି କନ୍ଧମାଳ ଜିଲାକୁ ଏକ ପରମ୍ପରା ଓ ସଂସୃତି ସମ୍ପନ୍ନ ସ୍ଥଳୀ ସହ ପର୍ଯ୍ୟଟନ ର ସହର ରୂପେ ସମ୍ବୋଧନା କରି ଏଠାକାର ମାଟିର ମହତ୍ୱ ବିଷୟ ରେ ଅଲୋକପାତ କରିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର କନ୍ଧମାଳ ଜିଲା ସାରା ଦେଶ ବାସିଙ୍କୁ ଆକୃଷ୍ଠ କରିଛି। ବର୍ତ୍ତମାନ କନ୍ଧମାଳ ଜିଲା ଉନ୍ନତି ପଥରେ ଆଗ୍ରସର ହେବାରେ ଲାଗିଛି ବୋଲି ଉପବାଚସ୍ପିଙ୍କ କହିବା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଉନ୍ନତି ପାଇଁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ଓ ଜିଲ୍ଲା ର ମହିଳା ମାନଙ୍କ ଉନ୍ନତି ପାଇଁ ମଧ୍ୟ ସେ ଅଧିକ ଜତ୍ନବାନ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ମହୋତ୍ସବ ରେ ପାଖାପାଖି ଦୁଇସହ ରୁ ଅଧିକ ଷ୍ଟଲ ରହିଥିଲା ।
ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ ନୃତ୍ୟଶିଳ୍ପ ଯୋଗ ଦେଇ ଚିତାକର୍ଷକ ଓଡିଶୀ ନୃତ୍ୟ ସମେତ ଲୋକ ନୃତ୍ୟ, ପାରମ୍ପରିକ ନାଚ ଗୀତ ପରିବେଷଣ କରିଥିଲେ। ସେହିପରି ସମ୍ବଲପୁରୀ ନୃତ୍ୟ, ସୁନ୍ଦରଗଡ଼ ର ପଶୁ ମୁଖା ନୃତ୍ୟ ପରିବେଷଣ କରିବା ସହ ସ୍ଥାନୀୟ ଲୋକ କଳା ପରିବେଶଣ କରାଯାଇଥିଲା। ମଖ୍ୟଅତିଥି ଙ୍କୁ ସମେତ ମଞାସୀନ ଅତିଥିଗଣ ପଲିଶ୍ରୀମେଳା ସମତେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥବା ଷ୍ଟଲ ପରିଦର୍ଶନ କରି ପଶଂସା କରିଥଲେ। ସେହିପରି ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ସମଗ୍ର ଷ୍ଟାଡିୟମ। ସାଂସୃତିକ ଏବଂ ବିଭିନ ନାଚ ଗୀତରେ ଦୁଲୁକିଲା ଅଂଚଳ । ପବଳ ଉତ୍ସାହ ଉଦ୍ଦୀପନାର ସହ ଏହି କନ୍ଧମାଳ ମହୋତ୍ସବ ଆରମ୍ଭ ହୋଇଥବା ବେଳେ ଏହା ଆଉ ପାଂଚ ଦିନ ଧରି ଚାଲୁ ଚାଲିବ।
କନ୍ଧମାଳ ମୋହତ୍ସବ ବହୁ ଆଡମ୍ବର ରେ ପାଳନ ହେବା ସହ ପଲିଶ୍ରି ମେଳ ମଧ୍ୟ ଉଦଘାଟନ ହୋଇଛି।
ଏହି ପଲିଶ୍ରୀ ମେଳା ଆଜି (ଶୁକ୍ରବାର) ରୁ ପାଂଚ ଦିନ ଧରି ଚାଲିବ । ଆଜି କନ୍ଧମାଳ ଷ୍ଟାଟାଡିୟମରେ ଜିଲାପାଳ ଆଶିସ୍ ଇଶ୍ୱର ପାଟିଲ ଙ୍କ ତତ୍ୱାବଧାନରେ ଏହି ପଲିଶ୍ରୀ ମେଳ ଉଦଘାଟନ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଫୁଲବାଣି ବିଧାୟକ ଅଙ୍ଗଦ କହଁର ଯୋଗ ଦେଇିଥିଲେ। ଏହି ମେଳା ରେ ଜିଲାର ଦିନକୁ ୩୦୦ ରୁ ଚାଷୀ ଯୋଗ ଦେଇଥିବା ବେଳେ ୩୦ ରୁ ଉର୍ଦ୍ଧ କୃଷି ଷ୍ଟଲ ରେ କୃଷି ଓ ଅନ୍ୟାନ ଯନ୍ତ୍ରାଂସ ଦେଖିବାକୁ ମିଳିଥିଲା । ସେହିପରି ରାଜ୍ୟ ର ବହୁ କୃଷି ବିଶେଷଙ୍ଗ୍ୟ ମାନେ ଆସି ପାଂଚ ଦିନ ଧରି କୃଷୀ ସମନ୍ଧିୟ ସମ୍ମିଳନି କରାଯିବା ସହ କିଭଲି ଚାଷୀ ସବସିଡରେ ରୁଣ ପାଇପାରିବେ ତାହା ଆଲକ ପାତ କରିଥିଲେ କୃଷୀ ବିଭାଗ ଅଧିକାରୀ ଆୟୁରଦେହୀ ମିଶ୍ର ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories