www.samajalive.in
Tuesday, December 9, 2025
16.1 C
Bhubaneswar

ଶିଶୁ ଅଧିକାର ସପ୍ତାହ ପାଳିତ

ଫୁଲବାଣୀ : ସ୍ଥାନୀୟ ଗାନ୍ଧୀସ୍କୃତି ଭବନ ଠାରେ ଜିଲା ପ୍ରଶାସନ ଏବଂ ଜିଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରଜତ କୁମାର ଦିଗାଲ ସଭାପତିତ୍ୱ କରିଥିବା ବେଳେ ଏଥିରେ ଅତିତିଭାବେ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ , ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତି ସରୋଜବାଳା ଆଚାର୍ଯ୍ୟ , ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି , ଆଇନା ସଂସ୍ଥାର ପ୍ରକଳ୍ପ ପରିଚାଳିକା ସ୍କୃତି ମହାନ୍ତି ଯୋଗଦେଇ ଶିଶୁର ଅଧିକାର ଉପରେ ଆଲୋକପାତ କରିଥିଲେ। ଶିଶୁ ସୁରକ୍ଷା ସମିତି ଅନୁଷ୍ଠାନିକ ଅଧିକାରୀ ସୁନିଲ୍ କୁମାର ପ୍ରଧାନ ମଂଚ ପରିଚାଳନା କରିଥିବା ବେଳେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ କନ୍ୟା ଶିଶୁଙ୍କ ଉଦେ୍ଧଶ୍ୟରେ ବିଜୁ ପଟନାୟକ କନ୍ୟାରତ୍ନ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏଥି ସହିତ ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀ ମାନେ ନିଜର ଉଦ୍ୟମ ବଳରେ କୃତିତ୍ୱ ହାସଲ କରି ଜିଲା ତଥବ୍ୱ୍କ ସ୍ତରରେ ଟପର ହୋଇଛନ୍ତି ସେମାନଙ୍କୁ ଜିଲା ପ୍ରଶାସନ ଓ ଶିଶୁ ସୁରକ୍ଷା ସମିତିର ପକ୍ଷରୁ ଜିଲା ସ୍ତରରେ ଟପର ଛାତ୍ରଛାତ୍ରୀ ମାନଙ୍କୁ ୨୦ ହଜାର ଟଙ୍କା ଏବଂ ବ୍ଳକ ସ୍ତରରେ କୃତିତ୍ୱ ପାଇଁ ୧୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

- Advertisement -

ସେହିଭଳି ରାଜ୍ୟ ସ୍ତରରେ ଆୟୋଜିତ ହୋଇଥିବା ମହକ ଓ ଉତ୍ସାହରେ ପ୍ରତିଯୋଗିତାରେ ଗୌରବ ଲାଭ କରିବା ସହିତ ଉଭୟରେ କନ୍ଧମାଳ ଜିଲା ଚମ୍ପିଆନ୍ ହୋଇଥିବା ବେଳେ ସେଥିରେ ସାମିଲ୍ ହୋଇଥିବା ପ୍ରତିଭା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭିରାମ କହଁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସରୋଜ କୁମାର କହଁର ,ଚିନ୍ମୟ କୁମାର ବେହେରା ଓ ଟିକେରାମ ବାଘ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories