ଟ୍ରେନ ଧକ୍କାରେ ଜଣେ ମୃତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ଜଣେ ବୃଦ୍ଧ ନିଜର ସାଇକେଲ ଧରି ରେଳ ଧାରଣା ପାର ହେଉଥିଲା ବେଳେ ତାଙ୍କୁ ଦ୍ରୁତଗାମୀ ସମତା ସୁପରଫାଷ୍ଟ ଟ୍ରେନ ଧକ୍କା ଦେଇଥିଲା। ଏହି ଦ୍ରୁତଗାମୀ ସମତା ସୁପରଫାଷ୍ଟ ଟ୍ରେନ ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।  ଖବର ପାଇ ଘଟଣା ସ୍ଥଳରେ ଆରପିଏଫ ପୁଲିସ ଓ ଜିଆରପି ପୁଲିସ ପହଂଚି ଶବ ଜବତ କରି ସ୍ଥାନୀୟ ଡାକ୍ତର ଖାନା କୁ ବେଵଚ୍ଛେଦ ପାଇଁ ନେଇଯାଇଥିବା ବେଳେ ମୃତକ ହେଲେ କଣ୍ଟାବାଞ୍ଜି ୱାର୍ଡ ନଂ ୭ ଚି଼ଙ୍ଗିଡ଼ିପଡାର ଦୁର୍ଯଧାନ ରଣ ବୋଲି ଆରପିଏଫ ସବିନ୍ସପେକ୍ଟର ସୁଦାମ ଚରଣ ପଣ୍ଡା ସୂଚନା ଦେଇଛନ୍ତି। ଘଟଣା ସ୍ଥଳକୁ ଜିଆରପି ଏଏସଆଇ ରାମକିଶୋରସାହୁ ଏବଂ କନେସଷ୍ଟେବଳ କିଶୋର କୁମାର ଧଳ ପହଂଚି ତଦନ୍ତ କରିବା ସହ ପଞ୍ଚନାମା କରିଥିଲେ।
ପ୍ରାପ୍ତ ସୂଚନା ମତେ ପ୍ରାୟ ୪ଟା ସମୟରେ ଦୁର୍ଯୋଧନ ନିଜ ସାଇକେଲ ଧରି ଏନଏସି ଛକ ପଟୁ ରେଳଧାରଣ ପାରହୋଇ ସିଙ୍ଗଲ ପଦା ଆଡକୁ ଯିବାପାଇଁ ଯିବା ସମୟରେ ଷ୍ଟେସନ ପଟୁ ଏକ ମାଳବାହି ଟ୍ରେନ ଟିଟିଲାଗଡ ଆଡକୁ ଯାଉଥିଲା। ଦୁର୍ୟୋଧନ ଗୋଟିଏ ରେଳ ଲାଇନ ପାରହୋଇ ସାରିଥିବା ବେଳେ ଅନ୍ୟ ଲାଇନରେ ହଠାତ ଟିଟିଲାଗଡ଼ ପଟୁ ସମତା ଟ୍ରେନ ଦ୍ରୁତ ଗତିରେ ଷ୍ଟେସନ ଆଡକୁ ଆସୁଥିବାଦେଖି ଲାଇନ ପାସ ନକରି ପାରି ଟ୍ରେନରେ ଧକ୍କା ଖାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା।

Comments are closed.