www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଚଳିତ ଶିକ୍ଷା ଆଇନ ଓ ଶିକ୍ଷା ବିଚାର, ଗାନ୍ଧୀଙ୍କ ଜୀବନୀ ଓ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଆଲୋଚନାଚକ୍ର

ଫୁଲବାଣୀ:ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତି କାର୍ଯ୍ୟକ୍ରମର ଉଦ୍ୟାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଆଜିର ସମୟରେ ମହାତ୍ମାଙ୍କ ବିଂଚାରଧାରାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ। ସେହିପରି ବରିଷ୍ଠ ସାମ୍ବାଦିକ ଡ.ଅରୁପ କୁମାର ଜେନା ମଧ୍ୟ ଆଲୋଚକ ଭାବେ ଯୋଗଦେଇଥିଲେ।

ମହସଙ୍ଘର ସଭାପତି ରବୀନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ମାନେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ଏ ଅବସରରେ ଆମର ଶିକ୍ଷାନୀତି ଓ ଗାନ୍ଧୀ ବିଚାରଧାରେ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ସ୍ୱେଚ୍ଛାସେବୀ ମହାସଂଘର ସ୍ମରଣୀକା ‘ଗାନ୍ଧୀ ବିଚାର’ ଉନ୍ମୋଚିତ କରିଥିଲେ। ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟଙ୍କ ରଚିତ ପୁସ୍ତକ ‘ଗାନ୍ଧୀ ହତ୍ୟାର ଅନ୍ତରାଳେ’ ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଲୋକାର୍ପିତ ହୋଇଥିଲା। ମହାସଂଘର ସଭାପତି ରବୀନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆବାହକ ଅଶୋକ ପରିଡ଼ା, ବନବାସୀ ସଂଗଠନର ସଂପାଦକ ଉତ୍ସବ ଚନ୍ଦ୍ର ଜେନା, ବନମାଳି ଦାସ ପ୍ରମୁଖ ଯୋଗଦେଇଥିଲେ।

- Advertisement -

ପ୍ରାରମ୍ଭରେ ବନବାସୀ ସେବା ସମିତିର କମଳାକାର ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି, ଫୁଲବାଣୀର ଅନ୍ୟତମ ସମାଜସେବି ଅନୁଷ୍ଟାନ ଟିମ ହ୍ୟୁମାନିଟି ସମେତ ଅନ୍ତରଙ୍ଗ ଯୁବକ ସଂଘ , ୟୁଥ୍ ଫର୍ ଚେଞ୍ଚ ଓ ଟିମ୍ ସଂକଳ୍ପ ଭଳି ବିଭିନ୍ନ ସଂଗଠନ ସହିତ ସାମ୍ବାଦିକ ଅଶୋକ ମହାନ୍ତି, ସୁଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରମୁଖଙ୍କୁ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ୱେଚ୍ଚାସେବି ମହାସଂଘର ଉପଦେଷ୍ଟା ଏବଂ ଅକ୍ସଫାମର ଅନୀଲ ପ୍ରଧାନ ମଞ୍ଚାସିନ ଥିଲେ। ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅଶୋକ ପ୍ରଧାନ, ଲିଙ୍ଗରାଜ ପ୍ରଧାନ,ହରିଶଙ୍କର ରାଉତ, ରବୀନ୍ଦ୍ର ସାହୁ, ପଞ୍ଚାନନ ମିଶ୍ର ଓ ଅମିତ ନାୟକ, ଭଗବାନ ଜେନା ଓ ସ୍ୱେଚ୍ଛାସେବୀ ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories