www.samajalive.in
Sunday, December 7, 2025
13.1 C
Bhubaneswar

କୋଭିଡ୍ ପରୀକ୍ଷାକୁ ଗ୍ରାମବାସୀଙ୍କ ବିରୋଧ, ପୁଲିସ ସୁରକ୍ଷାରେ ହେଲା ନମୁନା ସଂଗ୍ରହ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ଜିଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି କୋରେନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ଫିରିଙ୍ଗିଆ ବ୍ଲକ କେଳାପଡା ଠାରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେଳାପଡା ପଞ୍ଚାୟତ ଅନ୍ତର୍ଗତ ଗେରୁପଡାରେ ସ୍ଥାନୀୟ ଅଶାକର୍ମି ,ଅଙ୍ଗନବାଡି କର୍ମି ଓ ମହିଳା ସ୍ୱାସ୍ଥ୍ୟ କର୍ମିଙ୍କୁ କେତେକ ଦୁବ୍ୟବହାର କରିଥିବା ଅଶାକର୍ମୀ ସଞ୍ଜୁକ୍ତା କହଁର ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ସାହିର କିଛି ବ୍ୟକ୍ତି ଏହି ଟେଷ୍ଟ ପାଇଁ ନମୁନା ଦେବାକୁ ମନାକରିଦେବା ସହ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦୈନିକ ଚାରୋଟି ସ୍ଥନରେ ସମୁଦାୟ ୮୦ ଜଣଙ୍କର ନମୁନା ସଂଗ୍ରହ କରାଯିବା ପାଇଁ ସ୍ଥିର କରାଯାଇଛି। ଅନ୍ୟପଟେ ଆକ୍ରୋସର ଶିକାର ହୋଇଥିବା ଅଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ୍ ପହଞ୍ଚି ନମୁନା ସଂଗ୍ରହ ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ଏହାପରେ ପୁଲିସ ଉପସ୍ଥିତିରେ ହିଁ ଗେରୁପଡା ଅଙ୍ଗନବାଡି କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି। ଗେରୁପଡା ଗ୍ରାମରେ ଗତ ଦୁଇଦିନ ତଳେ ଜଣେ କରେନା ସଂକ୍ରମିତ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories