www.samajalive.in
Tuesday, December 9, 2025
16.1 C
Bhubaneswar

ଫୁଲବାଣୀର ସଖି ୱାନଷ୍ଟପ ସେଣ୍ଟର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ:ଫୁଲବାଣୀ ପୌର ପରିଷଦର ୩ ନମ୍ବର ୱାର୍ଡ ନଦିଖଣ୍ଡି ସାହିରେ ୱାନଷ୍ଟପ ସେଣ୍ଟର ପକ୍ଷରୁ ସମାଜରେ ମହିଳା ମାନଙ୍କର ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାରରୁ ସେମାନେ କିଭଳି ରକ୍ଷା ପାଇବେ ଏବଂ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସହାୟତା ବାବଦରେ ସେମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଖି ସହାୟତା କେନ୍ଦ୍ରର କାଉସେଲର ପ୍ରଜ୍ଞା ପ୍ରାରମ୍ଭିକା ଏବଂ ଲିଗାଲ ଆସିଷ୍ଟାଣ୍ଟ ନନ୍ଦିତା କୁମାରୀ ଯୋଗ ଦେଇ ୪୦ ଜଣ ନଦିଖଣ୍ଡି ସାହିର ମହିଳା ମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଘଟୁଥିବା ବଳାତ୍କାର,ଅପହରଣ ଓ ନିଖୋଜ,ପାରିବାରିକ ହିଂସା,ଏସିଡ୍ ଆକ୍ରମଣ,ଯୌନ ଉତ୍ପିଡନ ଓ ଶୋଷଣ,ମହିଳା ଚାଲାଣ,ଶିଶୁ ମାନଙ୍କର ଉପରେ ହେଉଥିବା ଯୌନ ଉତ୍ପିଡନ ଓ ଶୋଷଣ,ବାଲ୍ୟ ବିବାହ,ସାଇବର କ୍ରାଇମ,ଯୌତୁକ ନିର୍ଯ୍ୟାତନା ଓ ଏଥିରେ ଘଟୁଥିବା ମହିଳା ମାନଙ୍କର ମୃତ୍ୟୁ ଏବଂ ଅନ୍ୟାନ୍ୟ ସମସ୍ତ ହିଂସାର ସମ୍ମୁଖିନ ହେଲେ ପିଡିତା ମାନେ କେବଳ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଥିବା ସଖି ୱାନଷ୍ଟପ ସେଣ୍ଟରରେ ଛଅ ପ୍ରକାରର ସହାୟତା ପାଇ ପାରିବେ ବୋଲି ସେମାନଙ୍କୁ ବୁଝାଇ ଥିଲେ। ସେହି ସୁବିଧା ଗୁଡିକ ମଧ୍ୟରେ ପୁଲିସ ସହାୟତା, ଡାକ୍ତରୀ ଚିକିତ୍ସା, ଆଇନଗତ ସହାୟତା, ସାମାଜିକ ପରାମର୍ଶ, ନିରାପଦ ଆଶ୍ରୟ ସମତେ ସେମାନଙ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ବୁଝାଇଥିଲେ। ଏହାସହିତ ଯେ କୌଣସି ଅସହାୟ ମହିଳା କିମ୍ବା ଯୁବତୀଙ୍କ ପାଇଁ ଆବଶ୍ୟକ ପଡିଲେ ୫ ଦିନ ପାଇଁ ସେଠାରେ ରଖାଯିବା ସହିତ ସେମାନଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବା ଦିଗରେ ସାହାଯ୍ୟ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories