ଫୁଲବାଣୀ: ପ୍ରତି ଦୁଇ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପଞ୍ଚଦେବୀ ପଞ୍ଚଠାକୁରାଣୀଙ୍କୁ ପଟୁଆରରେ ଆବାହନ ପରେ ହାଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପରେ ଅବସ୍ଥାପିତ କରାଯାଇଛି । ଅସ୍ଥାୟୀ ମଣ୍ଡପରେ ମା’ ପୂଜା ପାଉଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ପଞ୍ଚଦେବୀ ନଗର ଭ୍ରମରରେ ତାଙ୍କର ଯାତ୍ରା ଆରମ୍ଭ କରିବେ । ତେବେ ଯାତ୍ରା ମଣ୍ଡପଠାରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ନଟରାଜ କଳାମନ୍ଦିର ପକ୍ଷରୁ ସଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥିଭାବେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଳାପାଳ ଶେଷଦେବ ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଯୁବ ବ୍ୟବସାୟୀ ପ୍ରମୋଦ କୁମାର ସାହୁ ଓ ବରିଷ୍ଠ ଆଇନଜୀବୀ ସିଦ୍ଧେଶ୍ୱର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।
ମଞ୍ଚ ସଂଯୋଜକ ଅଶୋକ ମହାନ୍ତିଙ୍କ ସଂଯୋଜନା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ବିଜୟ ମହାନ୍ତି , ସଭାପତି ପି.ସୁଧାଂଶୁ ସେନାପତି , ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ , ଉପସଭାପତି ସୁଜିତ୍ ବେହେରା , ସାଂସ୍କୃତିକ ସଂପାଦକ ଭି.ଲୋକନାଥ ରାଜୁ ଓ ସହ ସଂପାଦକ ସୁମନ ପଟ୍ଟନାୟକ , ପାର୍ଥ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଦୀର୍ଘ ୪ ବର୍ଷ ପରେ ପଞ୍ଚଦେବୀ ଯାତ୍ରା କରିବାକୁ ଆସିଥିବା ଯୋଗୁଁ ପ୍ରଥମ ଦିନରୁ ହିଁ ଭକ୍ତଙ୍କ ସାମଗମ ହୋଇଛି । ବହୁ ସଂଖ୍ୟାରେ ଦର୍ଶକ ମନୋଜ ରଂଜନ କାର୍ଯକ୍ରମକୁ ଉପଭୋଗ କରିଛନ୍ତି । ବିନୋଦ ସାହୁ , ଅଲୋକ କୁମାର ସେନାପତି, ଭି.ଜଗନ୍ନାଥ ରାଜୁ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।



