ଫୋନ୍‌ରେ ନାହିଁ ସିଗ୍‌ନାଲ୍‌? ୧୨୯୯ ଟଙ୍କାରେ ଘରେ ଲଗାନ୍ତୁ ଏହି ଡିଭାଇସ୍‌, ମିଳିବ ହାଇସ୍ପିଡ୍‌ ଇଣ୍ଟରନେଟ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ ସମସ୍ତଙ୍କର ଆବଶ୍ୟକ। କିନ୍ତୁ ଅଧିକାଂଶ ସମୟରେ ଘରେ ଲାଗିଥିବା ୱାଇ-ଫାଇ ଡିଭାଇସ୍‌ର ସିଗ୍‌ନାଲ୍‌ ଦୁର୍ବଳ ଥାଏ, ଯେଉଁ କାରଣରୁ ୱାଇ-ଫାଇର ଇଣ୍ଟରନେଟ୍ ସ୍ପିଡ୍‌ କମିଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ୱାଇ-ଫାଇ ଏକ୍ସଟେଣ୍ଡରର ବ୍ୟବହାର କରାଯାଇପାରିବ। ବଜାରରେ ଜିଓ, ନେଟଗିୟର, ଟିପିଲିଙ୍କ୍‌ ପରି କମ୍ପାନୀମାନଙ୍କର ୱାଇ-ଫାଇ ଏକ୍ସଟେଣ୍ଡର ଉପଲବ୍ଧ।

ଜିଓ ଓ୍ବାଇ ଫାଇ ମେଶ୍‌ ଏକ୍ସଟେଣ୍ଡର(Jio Wifi Mesh Extender)

ଏହି ଡିଭାଇସ୍‌ର ଦାମ୍‌ ୨୪୯୯ ଟଙ୍କା, ଯାହାକୁ ଆମାଜନରୁ ରିହାତି ଅଫର୍‌ ସହ ଶସ୍ତାରେ କିଣିହେବ। ଏହା ଏକ ପ୍ଲଗ୍‌ ଇନ୍ ପ୍ଲେ ଡିଭାଇସ୍‌। ଅର୍ଥାତ୍‌ ଏହାକୁ ଚଲାଇବା ପାଇଁ କେବଳ ସକେଟରେ ପ୍ଲଗ୍ ଲଗାଇବାକୁ ପଡିବ। ଏହି ଡିଭାଇସ୍ କେବଳ ଜିଓ ଫାଇବର ସହ ସୁସଙ୍ଗତ।

ଟିପି ଲିଙ୍କ୍‌ ଟିଏଲ-ଡବ୍ଲ୍ୟୁଏ୮୫୦ଆରଇ ଓ୍ବାଇ ଫାଇ ରେଞ୍ଜ୍‌ ଏକ୍ସଟେଣ୍ଡର(TP Link TL -WA850RE Wifi Range Extender)

ଏହାର ମୂଲ୍ୟ ୧୨୯୯ ଟଙ୍କା। ଏହାକୁ ମଧ୍ୟ ଆପଣ ଆମାଜନରୁ କିଣିପାରିବେ। ଏହା ସହ ଅନ୍ୟ ପ୍ଲାଟ୍‌ଫର୍ମରୁ ମଧ୍ୟ କିଣିପାରିବେ, ଯେଉଁଠି ଆପଣଙ୍କୁ ଶସ୍ତାରେ ମିଳିବ। ଏଥିରେ ଇଥରନେଟ୍‌ ପୋର୍ଟ, ପ୍ଲଗ୍‌, ବିଲ୍ଡ ଇନ୍ ଆକ୍ସେସ୍‌ ପଏଣ୍ଟ ସୁବିଧା ରହିଛି। ଏହାକୁ ଘରେ ସହଜରେ ଲଗାଇହେବ।

ନେଟଗିୟର ଓ୍ବାଇ ଫାଇ ରେଞ୍ଜ ଏକ୍ସଟେଣ୍ଡର ଇଏକ୍ସ୬୧୨୦(Netgear WiFi Range Extender EX6120)

ଏହାର ରେଞ୍ଜ୍ ୧୨୦୦ ବର୍ଗଫୁଟ। ଏଥିରେ ୨୦ଟି ଡିଭାଇସ୍‌ ଏକସଙ୍ଗେ କନେକ୍ଟ କରା ଯାଇପାରିବ। ଏହା ଡୁଆଲ୍ ବ୍ୟାଣ୍ଡ ୱାଇ-ଫାଇ ସପୋର୍ଟ ସହିତ ଆସିଥାଏ। ଏହାକୁ ବଜାରରୁ ୧୯୯୯ ଟଙ୍କାରେ କିଣିପାରିବେ। ଏଥିସହ ବ୍ୟାଙ୍କ ଅଫରର ଲାଭ ମଧ୍ୟ ଉଠାଇପାରିବେ।

ଓ୍ବାଇ ଫାଇ ଏକ୍ସଟେଣ୍ଡର କ’ଣ ?

ଓ୍ବାଇ ଫାଇ ଏକ୍ସଟେଣ୍ଡରକୁ ସାଧାରଣତଃ ୱାଇ-ଫାଇ ବୁଷ୍ଟର୍ କିମ୍ବା ରିପିଟର୍ ମଧ୍ୟ କୁହାଯାଏ। ଏହି ଡିଭାଇସ୍ ଆପଣଙ୍କ ଘରେ ୱାଇ-ଫାଇ ସିଗନାଲ୍ ଦୁର୍ବଳ ଥିଲେ ୱାଇ-ଫାଇ ନେଟୱାର୍କ କ୍ଷେତ୍ରକୁ ବୁଷ୍ଟ କରିଥାଏ। ଏହା ଆପଣଙ୍କ ଘରେ ଭଲ ନେଟୱାର୍କ କଭରେଜ୍ ପ୍ରଦାନ କରେ। ଏହାସହ ଅଧିକରୁ ଅଧିକ ଡିଭାଇସ୍ କନେକ୍ଟ କରି ହାଇ ସ୍ପିଡ୍ ଇଣ୍ଟରନେଟ୍‌ର ମଜା ନେଇପାରିବେ।

 

 

Comments are closed.