www.samajalive.in
Sunday, December 7, 2025
13.1 C
Bhubaneswar

କଟକରେ ପ୍ରତିଷ୍ଠା ହେବ ତାରକସି ସାଧାରଣ ସୁବିଧା କେନ୍ଦ୍ର

ଡେସ୍କ: କଟକରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଫିଲିଗ୍ରୀ ତାରକସି ସାଧାରଣ ସୁବିଧା କେନ୍ଦ୍ର (କମନ ଫେଶିଲିଟି ସେଣ୍ଟର)। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଓ ଆଇଆଇଟି ଭୁବନେଶ୍ଵର ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସିଏଫସି ପାଇଁ କଟକ ଜିଲ୍ଲା ପ୍ରଶାସନ ଜାଗା ଚିହ୍ନଟ କରିଥିବା ବେଳେ ଖୁବଶୀଘ୍ର ଆଇଆଇଟି ଭୁବନେଶ୍ୱର ଏହାର ଡିପିଆର ପ୍ରସ୍ତୁତ କରିବ। କଟକର ତାରକସୀ କାରିଗରଙ୍କୁ ପ୍ରୋତ୍ସାହନ, କଟକର ତାରକସୀ କାରୁ କାର୍ଯ୍ୟର ପ୍ରଚାର ପ୍ରସାର, ଆଧୁନିକ ଜ୍ଞାନ କୌଶଳ ସହାୟତାରେ ପ୍ରଶିକ୍ଷଣ ଦେବା ଆଦି ଉଦ୍ଦେଶ୍ୱୟରେ ଏହାର ପ୍ରତିଷ୍ଠା କରାଯିବ। ଅନ୍ୟପଟେ ଏହାକୁ ସ୍ଵାଗତ କରିଛନ୍ତି କଟକର ତାରକସୀ କାରିଗର। ତେବେ ବିଶ୍ଵ ଦରବାରରେ ଚମକିବ କଟକର ତାରକସୀ। ବିଶ୍ଵ ଦେଖିବ କଟକ ତାରକସୀର ସୂକ୍ଷ୍ମ କାରିଗରୀ।


ଐତିହାସିକ କଟକ ସହରର ତାରକସୀ କାରିଗରଙ୍କୁ ରାଜ୍ୟ ସରକାରଙ୍କ ବଡ଼ ସୁଯୋଗ। କଟକରେ ତିଆରି ହେବ ଫିଲିଗ୍ରୀ କମନ ଫେଶିଲିଟି ସେଣ୍ଟର। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ଓ ଆଇଆଇଟି ଭୁବନେଶ୍ଵର ମଧ୍ୟରେ ସ୍ୱାକ୍ଷର ହୋଇଛି ଏମଓୟୁ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଓ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରିପଦ କର୍ମଲକରଙ୍କ ଉପସ୍ଥିତିରେ ହେଲା ଏହି ଏମଓୟୁ। ତେବେ ଏହି କମନ ଫେଶିଲିଟି ସେଣ୍ଟରରେ କଟକର ତାରକସୀ କାରିଗରଙ୍କୁ ପ୍ରୋତ୍ସାହନ, କଟକର ତାରକସୀ କାରୁକାର୍ଯ୍ୟର ପ୍ରଚାର ପ୍ରସାର, ଆଧୁନିକ ଜ୍ଞାନ କୌଶଳ ସହାୟତାରେ ପ୍ରଶିକ୍ଷଣ, କଞ୍ଚାମାଲ ଯୋଗାଣ ଭଳି ସୁବିଧା ଯୋଗେଇ ଦିଆଯିବ। ଏଥିପାଇଁ ଆଇଆଇଟି ଭୁବନେଶ୍ୱର ଏକ ଡିପିଆର ପ୍ରସ୍ତୁତ କରିବ। ଏହା ପରେ କମନ ଫେଶିଲିଟି ସେଣ୍ଟରର କାର୍ଯ୍ୟ ଆରମ୍ଭ କରାଯିବ। ପୂର୍ବରୁ ଜିଆଇ ଟ୍ୟାଗ ପାଇଥିବା କଟକର ତାରକସୀ କାର୍ଯ୍ୟକୁ ଅଧିକ ପ୍ରଚାର ପ୍ରସାର କରିବା ସହ ବିଶ୍ଵ ଦରବାରରେ ପହଞ୍ଚେଇବା ପାଇଁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ଓ ବୈଠକ କରାଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଅନ୍ୟପଟେ ଏହି କମନ ଫେଶିଲିଟି ସେଣ୍ଟର ବା ସିଏଫସି ପାଇଁ ସିଡିଏ ସେକ୍ଟର ୬ ସ୍ଥିତ ପେଟାନାଳ ନିକଟରେ ଜାଗା ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଆଇଆଇଟି କର୍ତ୍ତୃପକ୍ଷ, ତାରକସୀ କରିବାର କଟକ ଜିଲ୍ଲା ପ୍ରଶାସନ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗେଇ ଦିଆଯାଇଥିବା ଏହି ରାସ୍ତା କଡର ଜାଗାକୁ ପସନ୍ଦ କରିଛନ୍ତି କାରିଗର। ଏହି ସିଏଫସି ତିଆରି ହେଲେ ତାରକସୀ କାରିଗର ଉଚିତ୍ ସମ୍ମାନ ପାଇବ, ଉଚିତ୍ ପ୍ରାପ୍ୟ ପାଇବ, ପ୍ରୋତ୍ସାହନ ମିଳିବ, ପ୍ରଚାର ପ୍ରସାର ହେବ, ନିୟମ ଜ୍ଞାନ କୌଶଳ ସହାୟତା ମିଳିବ, ଭବିଷ୍ୟ ପୀଢ଼ି ଏହି ତାରକସୀ ଆଗକୁ ବଢେଇବେ ବୋଲି ଆଶା ରଖିଛନ୍ତି କଟକର ତାରକସୀ କାରିଗର। ପୂର୍ବରୁ କଟକ ତାରକସିକୁ ଜିଆଇ ଟ୍ୟାଗ ମିଳିଥିବା ବେଳେ ବର୍ତ୍ତମାନ ଏଭଳି ଯୋଜନା ନିଶ୍ଚୟ କଟକକୁ ବିଶ୍ୱ ଦରବାରରେ ଦେବ ସ୍ୱତନ୍ତ୍ର ପରିଚୟ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories