www.samajalive.in
Monday, December 8, 2025
27.1 C
Bhubaneswar

ବୁର୍ଲା ବଡ଼ ଡ଼ାକ୍ତରଖାନା ଓ ମେଡ଼ିକାଲ କଲେଜରେ ଖୋଲାଯିବ ଫାର୍ମାସୀ ପାଠ୍ୟକ୍ରମ , ପ୍ରସ୍ତାବକୁ ଅନୁମୋଦନ କଲା କାର୍ଯ୍ୟନିର୍ବାହୀ ବୋର୍ଡ଼

ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ରେ ଫାର୍ମାସୀ କଲେଜ ଖୋଲିବା ପାଇଁ ପ୍ରସ୍ତାବକୁ ଅନୁମତି ମିଳିଛି। ଗୁରୁବାର ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟସ୍ଥ ଓସୱାନ ହଲ୍‌ରେ ଅନୁଷ୍ଠିତ ଭିମସାର କାର୍ଯ୍ୟକାରିଣୀ ବୋର୍ଡ ବୈଠକରେ ବି. ଫାର୍ମ ପାଠ୍ୟକ୍ରମରେ ବାର୍ଷିକ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ଆରମ୍ଭ କରାଯିବା ସହ ପରବର୍ତ୍ତୀ ସମୟରେ ଏମ୍‌.ଫାର୍ମ ଓ ପିଏଚ୍‌ଡି ପାଠ୍ୟକ୍ରମ ଖୋଲିବା ଏବଂ ଏଥିସକାଶେ ଆବଶ୍ୟକ କୋଠା, ଶିକ୍ଷକ ଓ ଅଣଶିକ୍ଷକ ପଦ ସୃଷ୍ଟି କରିବା ପାଇଁ ବୋର୍ଡ ଅନୁମୋଦନ ଦେଇଛି। ସେହିପରି ରେଡ଼ିଓ ଡାଇଗ୍ନୋସିସ ଏବଂ ବିଭିନ୍ନ ସୁପର ସ୍ପେଶାଲିଟି ବିଭାଗରେ ଭିଜିଟିଂ ଫେକଲ୍‌ଟି ପଦ ସୃଷ୍ଟି ସକାଶେ ଅନୁମୋଦନ ଦିଆଯାଇଛି।

ବୈଠକରେ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଫାର୍ମାସୀ କଲେଜ ପ୍ରସ୍ତାବକୁ ତୁରନ୍ତ ମଞ୍ଜୁରୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ରାଜ୍ୟ ସରକାରଙ୍କଠାରେ ରହିଥିବା ଭିମସାରର ସମସ୍ତ ପ୍ରସ୍ତାବକୁ ଆସନ୍ତା ୧୫ ଦିନ ମଧ୍ୟରେ ମଞ୍ଜୁରୀ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅର୍ଥ ବିଭାଗର ଯୁଗ୍ମ ସଚିବ ଶ୍ରୀକାନ୍ତ ଶତପଥୀ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପ୍ରକାଶ ମହାନ୍ତି ଏବଂ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଦତ୍ତେଶ୍ୱର ହୋତା ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।

- Advertisement -

ଭିମସାର ନିର୍ଦେଶକ ପ୍ରଫେସର ଲଳିତ କୁମାର ମେହେର କହିଛନ୍ତି ଯେ, ଭିମସାରରେ ଶିକ୍ଷାଦାନ, ଗବେଷଣା, ସ୍ୱାସ୍ଥ୍ୟ ସେବା ଏବଂ ପରିଚାଳନା କ୍ଷେତ୍ରରେ ଉନ୍ନତି ସକାଶେ ବୈଠକରେ ୩୨ଟି ବିଷୟ ଉପରେ ସବିଶେଷ ଆଲୋଚନା ହୋଇଥିଲା। ଆବଶ୍ୟକସ୍ଥଳେ ମନୋନୟନ ପ୍ରକ୍ରିୟା ଅବଲମ୍ବନ କରାଯାଇ କଣ୍ଟ୍ରାକ୍‌ଚୁଆଲ ଓ ଡେପୁଟେସନ ଭିତ୍ତିରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ସିନିଅର ରେସିଡେଣ୍ଟ ଓ ଟ୍ୟୁଟର ନିଯୁକ୍ତି ପାଇଁ ନିର୍ଦେଶକଙ୍କୁ ବୈଠକରେ କ୍ଷମତା ଦିଆଯାଇଛି। କାର୍ଡିଓଥେରାସିସ ସର୍ଜରୀ (ସିଟିଡିଏସ) ବିଭାଗ ଖୋଲିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଆଇସିୟୁ ସହିତ ୨୪ ଘଣ୍ଟିଆ ଇମର୍ଜେନ୍ସି ସେବା ପାଇଁ କାର୍ଡିଓଲୋଜି ଓ ନ୍ୟୁରୋସର୍ଜରୀ ବିଭାଗରେ ଅଧିକ ୨ଟି ଲେଖାଏ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ୪ଟି ଲେଖାଏ ଜୁନିଅର ରେସିଡେଣ୍ଟ ପଦ ସୃଷ୍ଟି ସକାଶେ ବୈଠକରେ ମଞ୍ଜୁରି ଦିଆଯାଇଛି। ଦୁଇଟି ପଦ ବ୍ୟତୀତ ଡିପିସି ଦ୍ୱାରା ସୁପାରିଶ ହୋଇଥିବା ଅନ୍ୟ ବିଭାଗ ଗୁଡ଼ିକର ଶିକ୍ଷକ ମାନଙ୍କର ପଦୋନ୍ନତିକୁ ବୈଠକରେ ମଞ୍ଜୁରୀ, ତୃତୀୟ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ପଦୋନ୍ନତି ପାଇଁ ଡିପିସିର ସୁପାରିଶକୁ ବୈଠକରେ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ଏହାସହିତ ଓଟି-ଆଇସିୟୁ କମ୍ପ୍ଲେକ୍ସର ଆଧୁନିକୀକରଣ ସହ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଭିମସାର ଡାକ୍ତରଖାନା ଓପିଡି କମ୍ପ୍ଲେକ୍ସ ପାଖରେ ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ, ଡାକ୍ତରଖାନା ପରିସରରେ ଔଷଧ ଓ ଅନ୍ୟାନ୍ୟ ଉପକରଣ ରଖିବାରକୁ ଗୋଦାମ ଘର ନିର୍ମାଣ, ଭିମସାର ପରସସରରେ ସିସିଟିଭି ବ୍ୟବସ୍ଥା, ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା, ଡାକ୍ତରଖାନା ପରିସରରେ ଏକ ଜେନେରିକ ଔଷଧ ଷ୍ଟୋର ସ୍ଥାପନ, ଅଡିଓଲୋଜିଷ୍ଟ ପଦରେ ନିଯୁକ୍ତି ତଥା ସ୍ପିଚ୍‌ ଥେରାପି ପଦ ସୃଷ୍ଟି, ଡାକ୍ତରଖାନାକୁ ଔଷଧ ଯୋଗାଣ ପାଇଁ ଅଧିକସଂଖ୍ୟକ ଔଷଧ ଦୋକାନକୁ ପ୍ୟାନେଲଭୁକ୍ତ କରିବା, ଅନୁଷ୍ଠାନର ଜୁନିଅର ଆସିଷ୍ଟାଣ୍ଟ ପଦ ଗୁଡ଼ିକ ପୂରଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ନିର୍ଦେଶକ ପ୍ରଫେସର ମେହେର କହିଛନ୍ତି। ବୈଠକ ପ୍ରାରମ୍ଭରେ ପୂର୍ବତନ କାର୍ଯ୍ୟକାରିଣୀ ବୋର୍ଡର ସଭ୍ୟ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲାପାଳ କାର୍ଯ୍ୟାଳୟସ୍ଥ ଓସୱାନ ହଲ୍‌ରେ ଆୟୋଜିତ ବୈଠକରେ ବୋର୍ଡର ନିମନ୍ତ୍ରିତ ସଭ୍ୟ ଭାବରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ନିରଞ୍ଜନ ସାହୁ, ଭିମସାର ଡିନ୍‌ ପ୍ରଫେସର ବ୍ରଜମୋହନ ମିଶ୍ର, ଭିମସାର କୁଳସଚିବ ଡା. ଭାବଗ୍ରାହୀ ରଥ, ବୋର୍ଡ ସଭ୍ୟ ପ୍ରଫେସର ସୁନୀଲ ଶର୍ମା, ଡା. ଚିତ୍ତରଞ୍ଜନ ଆଚାର୍ଯ୍ୟ, ଡା. ଉତ୍ତମ ପାଣି, ପ୍ରଫେସର ପ୍ରଦୀପ ମହାନ୍ତି, ଡା. ବିନୋଦ ବିହାରୀ ନାୟକ, ଶିବ ଶଙ୍କର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories