www.samajalive.in
Thursday, December 11, 2025
26.1 C
Bhubaneswar

ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘର ଆନ୍ଦୋଳନ ପାଇଁ ସଜବାଜ

କନ୍ଧମାଳ: ସରକାରଙ୍କ ବୈମାତୃକ ମନୋଭାବ ନେଇ ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘ କନ୍ଧମାଳର ଏକ ବୈଠକ ମାଷ୍ଟରପଡା ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି । ସରକାର ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ତିନି ହଜାର ଟଙ୍କା ପେନସନ ଦେଉଥିବା ବେଳେ ସେହି ସମାନ କାମ କରିଥିବା ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୦-୨୫ ହଜାର ପେନସନ ଦେଉଥିବା ଅଭିଯୋଗ କରିଛନ୍ତି ଇପିଏଫ ବା ଭବାଷ୍ୟନିଧି ପେନସନ ପାଉଥିବା କର୍ମଚାରୀ। ତିନି ହଜାର ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନଥିବାରୁ ସରକାରଙ୍କ ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି।  ମାତ୍ର ଅଧିକ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କର ନିୟମିତ ବ୍ୟବଧାନରେ ପେନସନ ବୃଦ୍ଧି ମଧ୍ୟ ହେଉଛି। ଦେଶରେ ପ୍ରାୟ ୭୦ଲକ୍ଷ ଭବିଷ୍ୟନିଧି ପେନସନ ପାଉଥିବା କର୍ମଚାରୀଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଦେଶର ଗୋଟିଏ ଆଇନରେ କେତେ ପାତର ଅନ୍ତର ତାହା ଆପଣମାନେ ଅନୁସନ୍ଧାନ କରନ୍ତୁ। ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସଂଘ ପ୍ରସ୍ତୁତ ହେଉଥିବା ରାଜ୍ୟ ସଂମ୍ପାଦିକ ଭାଗ୍ୟଧର ଜେନା ସୂଚନା ଦେଇଛନ୍ତି। ଆଜିର କାର୍ୟ୍ୟକ୍ରମରେ କନ୍ଧମାଳ ଅବସରପ୍ରାପ୍ତ ଇପିଏଫ ସଂଘର ସଭାପତି ସମ୍ପାଦକ ଓ କର୍ମକର୍ତ୍ତାମାନେ ବୈଠକରେ ଯୋଗ ଦେଇ ମୂଲ୍ୟବାନ ମତାମତ ଦେଇଥିବା ସଦସ୍ୟ ରଘୁନାଥ ରାଇ ସୁଚନା ଦେଇଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories