www.samajalive.in
Thursday, December 11, 2025
26.1 C
Bhubaneswar

ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର, ହସ୍ବିଟାଲରେ ଭର୍ତ୍ତି

ଇସଲାମାବାଦ: ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ରିପୋର୍ଟ ଅନୁସାରେ, ମୁଶରଫଙ୍କ ହୃଦରୋଗ ସମେତ ରକ୍ତଚାପ ସମସ୍ୟା ରହିଛି। ୨୦୧୬ରୁ ମୁଶରଫ ପାକିସ୍ତାନରୁ ନିର୍ବାସିତ ହୋଇ ଦୁବାଇରେ ରହିଆସୁଛନ୍ତି। ସେବେଠାରୁ ସେ ଆଉ ନିଜ ଦେଶକୁ ଫେରୁନାହାନ୍ତି। ମୁଶରଫଙ୍କ ବିରୋଧରେ ପାକିସ୍ତାନରେ ଦେଶଦ୍ରୋହ ମାମଲା ଚାଲୁଛି। ଏହି ମାମଲାର ତଦନ୍ତ କରୁଥିବା ସଂସ୍ଥା ତାଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି। ମୁଶରଫ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଅଥବା ଆଜୀବନ କାରାଦଣ୍ଡାଦେଶ ହୋଇପାରେ। ତେବେ ସ୍ବତନ୍ତ୍ର କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବା ଉପରେ ଇସଲାମାବାଦ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories