www.samajalive.in
Monday, December 8, 2025
27.1 C
Bhubaneswar

୭୦ ଲକ୍ଷ ଭାରତୀୟ କ୍ରେଡ଼ିଟ୍ ଓ ଡ଼େବିଟ୍ କାର୍ଡ଼ଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି; ଜାଣନ୍ତୁ ଆପଣ ହୋଇଛନ୍ତି କି ଶିକାର

ନୂଆଦିଲ୍ଲୀ : ଭାରତରେ ପ୍ରାୟ ୭୦ ଲକ୍ଷ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି। ଡ଼ାର୍କୱେବରେ ଏହି ତଥ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।  ଇଣ୍ଟରନେଟ୍ ସୁରକ୍ଷା ଗବେଷକ ରାଜଶେଖର ରାଜହରିୟା ଏହି ତଥ୍ୟ ଲିକ୍ ହୋଇଥିବା ଦାବି କରିଛନ୍ତି ।

- Advertisement -

ଲିକ୍ ହୋଇଥିବା ତଥ୍ୟ ମଧ୍ୟରେ  କାର୍ଡଧାରୀଙ୍କ ନାମ, ଫୋନ୍ ନମ୍ବର, ଇମେଲ୍ ଆଇଡି, କମ୍ପାନୀ ସୂଚନା, ଆୟ, କାରବାର ଭଳି ସୂଚନା ଅନ୍ତର୍ଭୁକ୍ତ।  ଲିକ୍ ହୋଇଥିବା ତଥ୍ୟରେ ପ୍ରାୟ ୫ ଲକ୍ଷ ଗ୍ରାହକଙ୍କ ପାନ୍ ନମ୍ବର ମଧ୍ୟ ରହିଛି। ରାଜହରିଆ କହିଛନ୍ତି ଯେ ଏହା ହୋଇପାରେ ଯେ କେହି ଏହି ତଥ୍ୟକୁ ଡ଼ାର୍କୱେବରେ ବିକ୍ରି କରିଛନ୍ତି ଓ ପରେ ଏହା ସାର୍ବଜନୀନ ହୋଇ ଯାଇଛି ।

ଜଣେ ବ୍ୟକ୍ତିଙ୍କ  ଆର୍ଥିକ ତଥ୍ୟ ହେଉଛି ଇଣ୍ଟରନେଟରେ ସବୁଠାରୁ ମହଙ୍ଗା  ବୋଲି ସେ ପ୍ରକାଶ କରିଛନ୍ତି। ରିପୋର୍ଟ ହୋଇଛି ଯେ ଡ଼ାର୍କୱେବରେ ଲିକ୍ ହୋଇଥିବା ତଥ୍ୟ ୨୦୧୦ରୁ ୨୦୧୯ ମଧ୍ୟରେ ରହିଛି ।  ଲିକ୍ ହୋଇଥିବା ତଥ୍ୟରେ ଆକାଉଣ୍ଟ୍ ପ୍ରକାର ଏବଂ ମୋବାଇଲ୍ ଆଲର୍ଟ ଅନ୍ ଅଛି କି ନାହିଁ ସେ ସମ୍ବନ୍ଧରେ ସୂଚନା ରହିଛି। ଡାଟା ଲିକ୍ ବିଷୟରେ ସୂଚନା ପରେ ହ୍ୟାକରମାନେ ଏହି ତଥ୍ୟ ଆଧାରରେ ଲୋକଙ୍କୁ ଠକିବା ପାଇଁ ସୁଯୋଗ ପାଇବେ ବୋଲି ରାଜହରିଆ କହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories