www.samajalive.in
Monday, December 8, 2025
27.1 C
Bhubaneswar

ପରୀ ହତ୍ୟା ମାମଲା : ନୟାଗଡ଼ ଥାନା ଆଇଆଇସି ନିଲମ୍ବିତ, ଏସଡିପିଓଙ୍କ ବଦଳି

ନୟାଗଡ଼ : ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଶେ​ଷରେ ସରକାର ନୟାଗଡ଼ ଥାନା ଆଇଆଇସି ରୀତାରାଣୀ ସାହୁଙ୍କୁ ନିଲମ୍ବନ କରିଛନ୍ତି। ମୃତ ପରୀର ମାଆ ସୌଦାମିନୀଙ୍କୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ଏସଡିପି ଭାବେ ବଦଳି କରାଯାଇଛି। ଏ ନେଇ ପୁଲିସ ମୁଖ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀ ହତ୍ୟାକୁ ନେଇ ଭଭୟ ଅଧିକାରୀ ବିବାଦରେ ଥିଲେ।

- Advertisement -

ସରକାର ପରୀ ହତ୍ୟା ଘଟଣା ନେଇ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଚାପର ବସବର୍ତ୍ତି ହୋଇ ଏହି ଦୁଇ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛନ୍ତି। ପରୀ ହତ୍ୟାକୁ ନେଇ ଧିରେ ଧିରେ ବିବାଦ ବଢିବାରେ ଲାଗିଛି। ଆଜି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ପରୀ ଗାଁକୁ ଯାଇଁ ସ୍ଥିତି ଅନୁଧ୍ୟାନ କରିବା ସହ ପରୀର ମାଆ-ବାପାଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ଗତକାଲି  ନୟାଗଡ ଜିଲ୍ଲାପାଳ ଓ ଏସପି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories