www.samajalive.in
Friday, December 5, 2025
27.1 C
Bhubaneswar

ଆଜି ତାଲାବନ୍ଦର ତୃତୀୟ ଦିନ; ବଢୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ; ତଥାପି କଟକଣା ମାନିବାକୁ ଲୋକେ ନାରାଜ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବା ଏବଂ ସେହି କାରଣରୁ ଗୁରୁତର ଅସୁସ୍ଥ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସମଗ୍ର ଓଡ଼ିଶାରେ ୧୪ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସେବାକୁ ବାଦଦେଇ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି। ଲୋକଙ୍କ ସୁବିଧା ପାଇଁ ତେଜରାତି, ମାଛମାଂସ, ଅଣ୍ଡା ଆଦି ଦୋକାନ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ତେବେ ଲୋକେ ଚାଲି ଚାଲି ଯାଇ ସେମାନଙ୍କ ଦରକାର ଜିନିଷ କିଣିବାକୁ କୁହାଯାଇଛି। ସଂଖ୍ୟାଧିକ ଲୋକ କଟକଣାକୁ ମାନି ଘରେ ରହୁଥିବାବେଳେ କିଛି ଲୋକ ତାହା ମାନିବାକୁ ନାରାଜ। ପୁଲିସ ସେମାନଙ୍କୁ ତାଗିଦ କଲେ, ଜରିମାନା କଲେ ମଧ୍ୟ କିଛି ଫରକ ପଡୁନାହିଁ ସେମାନଙ୍କ ଉପରେ। ତାଲାବନ୍ଦ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓ କଟକ ଜିଲାରେ ଯଥାକ୍ରମେ ୧୮୨୮ ଓ ୯୧୬ ନୂଆ ସଂକ୍ରମିତ ବାହାରିଛନ୍ତି। ଆଜି ତାଲାବନ୍ଦର ତୃତୀୟ ଦିନରେ ସକାଳୁ ସକାଳୁ ଲୋକ ଦୁଇ ଚକିଆ, ଚାରି ଚକିଆ ଗାଡି ଧରି ବାହାରି ପଡିଥିଲେ ପନିପରିବା ଏବଂ ମାଛ ମାଂସ କିଣିବାକୁ। ଭୁବନେଶ୍ୱର, କଟକ ଦୁଇ ମହାନଗରରେ ରାସ୍ତାରେ, ଦୋକାନ ସମ୍ମୁଖରେ ଏହିଭଳି ଅନେକ ଲୋକଙ୍କୁ ଦେଖିବାକୁ ମିଳିଥିଲା। ତାହାସହିତ ଦୋକାନଗୁଡିକ ଆଗରେ ଧାଡିକି ଧାଡି ଗାଡି। ଏପରିକି କେହି କେହି ନିଜ ପରିବାର ଲୋକଙ୍କୁ ଧରି ମଧ୍ୟ ବଜାରକୁ ଆସିଥିଲେ ଜିନିଷ କିଣିବାକୁ। ଦିନକୁ ଦିନ ରାସ୍ତାରେ ଗାଡି ମଟର ସଂଖ୍ୟା ବଢିବାରେ ଲାଗିଛି। ବିଶେଷକରି ଜାତୀୟ ରାଜପଥରେ ପୁଲିସର ତନଖି ନଥିବାରୁ ଲୋକେ ବେଧଡକ ଗାଡି ମଟରରେ ଯିବା ଆସିବା କରୁଛନ୍ତି। ଚାଲିଚାଲି ପରିବା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ମତ ଥିଲା, ଏହି ଅମାନିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ଜରିମାନାର ଆବଶ୍ୟକତା ରହିଛି। ସେମାନେ ନିଜେ ସଂକ୍ରମିତ ହେବେ, ତାହାସହିତ ନିଜ ପରିବାର ଏବଂ ସେମାନେ ରହୁଥିବା ଅଞ୍ଚଳରେ ମଧ୍ୟ ସଂକ୍ରମଣକୁ ବଢାଇବେ।

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories