ଗୋପାଳପୁର: ପ୍ରାକ ମୌସିମୀ ବର୍ଷା ଛାଡ଼ିବା ପରେ ବର୍ତ୍ତମାନ ଦିନ ତମାମ
ପ୍ରଚଣ୍ଡ ଖରା ସାଂଗକୁ ଗୁଳୁଗୁଳି ଯୋଗୁଁ ଜନବୀଜନ ଅସ୍ତବ୍ୟସ୍ତ ହୋଇଛି। ଗତ କିଛି ଦିନ ଧରି ପାଗରେ ଟିକିଏ ସୁଧାର ଆସିବା ସହ କାଳବୈଶାଖୀ ବର୍ଷାରେ ଲୋକମାନେ ଟିକେ ଆଶ୍ୱସ୍ତି ପାଇଥିଲେ । ହେଲେ ବର୍ଷା ଛାଡିବା ପରେ ପ୍ରଚଣ୍ଡ ଖରା ସାଂଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ସକାଳୁ ସକାଳୁ ଗରମର ପ୍ରକୋପ ଆରମ୍ଭ ହୋଇଯାଇଥିବା ବେଳେ ପୂର୍ବାହ୍ଣ ୧୧ଟା ବେଳକୁ ଆଉ ଘରୁ ବାହାରକୁ ବାହାରିବା ମୁସ୍କିଲ ହେଉଛି । ମଧ୍ୟାହ୍ନ ବେଳକୁ ଉପରୁ ଯେଭଳି ନିଆଁଖଣ୍ଡ ଖସି ପଡୁଥିବା ପରି ମନେ ହେଉଛି । ଟାଣ ଖରା ସତ୍ତ୍ବେ ଜରୁରି ନଥିଲେ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳୁଛି ।
ଦିନରେ ଖରା ସହ ଗୁଳିଗୁଳି ରହୁଥିବା ବେଳେ ସନ୍ଧ୍ୟାରେ ବ୍ରହ୍ମପୁର ସମେତ ଆଖପାଖ ଲୋକେ ଗୋପାଳପୁର ବେଳାଭୂମି ମୁହାଁ ହୋଇଛନ୍ତି କ୍ଷ ରବିବାର ସନ୍ଧ୍ୟାରେ ବେଳାଭୂମିରେ ଲୋକଙ୍କ ଗହଳି ରହିଥିବା ବେଳେ କିଛି ଲୋକେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା । ରବିବାର ଗୋପାଳପୁର ତାପମାତ୍ରା ୩୫.୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ହିମ୍ୟୁନିଟି ପ୍ରାୟ ୮୨ ରହିଥିଲା । ଏହାଶହ ଆସନ୍ତା ୫ ଦିନ ଖରାର ପ୍ରଭାବ ବଢ଼ିବା ସହ ଗୁଳୁଗୁଳି ରହିବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।



