www.samajalive.in
Monday, December 8, 2025
14.1 C
Bhubaneswar

ପଞ୍ଜାବ-ବେଙ୍ଗାଲୁରୁ ଫାଇନାଲ : ଏଥର ନୂଆ ବିଜେତା

ଅହମ୍ମଦାବାଦ୍‌ : ଇଣ୍ଡିଆନ ପ୍ରିିମିୟର ଲିଗ୍‌(ଆଇପିଏଲ)-୨୦୨୫ର ଫାଇନାଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଇଥିବା କ୍ବାଲିଫାୟର-୨ରେ ପଞ୍ଜାବ କିଙ୍ଗ୍‌ସ ୫ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ୧୧ ବର୍ଷ ପ​ରେ ପଞ୍ଜାବ ଫାଇନାଲରେ ପହଞ୍ଚିବା ସହ ଟ୍ରଫିଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଦଳ ଶେଷ ଥର ପାଇଁ ୨୦୧୪ରେ ଫାଇନାଲ ଖେଳିଥିଲା। ପରାଜୟ ସହ ମୁମ୍ବଇ ଇଣ୍ଡିଆନ୍‌ସ ବିଦାୟ ନେଇଥିବାବେଳେ ଆଇପିଏଲରେ ଏଥର ନୂଆ ବିଜେତା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି।

ମୁମ୍ବଇ ଇଣ୍ଡିଆନ୍‌ସ ସୂର୍ଯ୍ୟକୁମାର ଯାଦବଙ୍କ ୪୪ରନ ବଳରେ ୨୦୩ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟରଙ୍କ ଅପରାଜିତ ୮୭ରନ ବଳରେ ୬ଟି ବଲ ବାକି ଥାଇ ୫ ୱିକେଟ ହରାଇ ୨୦୭ରନ କରି ବିଜୟୀ ହୋଇଥିଲା।
୨୦୪ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ କିଙ୍ଗ୍‌ସ ୧୩ରନରେ ପ୍ରଥମ ୱିକେଟ ହରାଇଥିଲା। ପ୍ରଭସିମ୍ରନ ସିଂହ ୬ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ପ୍ରିୟାଂଶ ଓ ଜୋଶ ଇଙ୍ଗଲିଶ ୪୨ରନ ସଂଗ୍ରହ କରିବା ସହିତ ସ୍କୋରକୁ ୫୫ରନରେ ପହଞ୍ଚାଇଥିଲେ। ପ୍ରିୟାଂଶ ୨୦ରନ କରି ଆଉଟ୍‌ ହୋଇଥିଲେ। ୭୨ରନରେ ତୃତୀୟ ୱିକେଟର ପତନ ଘଟିଥିଲା। ଜୋଶ ଇଙ୍ଗଲିଶ ୩୮ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ ଶ୍ରେୟସ ଆୟର ଓ ନେହାଲ ୱାଧେରା ୮୪ରନ ଭାଗିଦାରୀ କରିଥିଲେ। ସ୍କୋର ୧୫୬ରନ ଥିବାବେଳେ ୱାଧେରା ୪୮ରନ କରି ଆଉଟ୍‌ ହୋଇଥିଲେ। ୧୬୯ରନରେ ପଞ୍ଚମ ୱିକେଟର ପତନ ଘଟିଥିଲା। ଆୟର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୪୧ଟି ବଲରୁ ଅପରାଜିତ ୮୭ରନ କରି ଦଳକୁ ବିଜୟୀ କରାଇଥିଲେ। ମୁମ୍ବଇ ପକ୍ଷରୁ ଅଶ୍ବିନ କୁମାର ୨ଟି ୱିକେଟ ନେଇଥିଲେ।

- Advertisement -

ପଞ୍ଜାବ କିଙ୍ଗ୍‌ସ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ ପରେ ବର୍ଷା ହେବାରୁ ଖେଳ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୧୯ରନରେ ପ୍ରଥମ ୱିକେଟର ପତନ ଘଟିଥିଲ।। ରୋହିତ ଶର୍ମା ୮ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଜନି ବେୟାରଷ୍ଟୋ ଓ ତିଳକ ବର୍ମା ୫୧ରନ ସଂଗ୍ରହ କରିବା ସହିତ ସ୍କୋରକୁ ୭୦ରନରେ ପହଞ୍ଚାଇଥିଲେ। ବେୟାରଷ୍ଟୋ ୩୮ରନ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ୭୨ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୪୨ରନରେ ପହଞ୍ଚାଇଥିଲେ। ସୂର୍ଯ୍ୟକୁମାର ୪୪ରନ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ନମନ ଧିର ପଞ୍ଚମ ୱିକେଟରେ ୩୮ରନ ଭାଗିଦାରୀ କରିଥିଲେ। ୧୮୦ରନ ସ୍କୋର ଥିବାବେଳେ ହାର୍ଦିକ ୧୫ରନ କରି ଆଉଟ୍‌ ହୋଇଥିଲେ। ଶେଷରେ ଦଳ ନମନ ଧିରଙ୍କ ୩୭ରନ ବଳରେ ୬ ୱିକେଟରେ ୨୦୩ରନ କରିଥିଲା। ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ଆଜମାତୁଲ୍ଲା ଓମାରଜାଇ ୨ଟି, ବିଜୟ କୁମାର ବୈଶାଖ , ମାର୍କୋସ ଷ୍ଟୋଇନିସ, ଯୁଜୁବେନ୍ଦ୍ର ଚହଲ ଓ କାଏଲ ଜେମିସନ ପ୍ରତ୍ୟେକ ଲେଖାଏଁ ୱିକେଟ ନେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories