www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପେନ୍‌ସନ୍‌ ଅଦାଲତ

ଭୁବନେଶ୍ବର: ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଆସନ୍ତାକାଲି, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୧୦ ତାରିଖରେ ରାଜ୍ୟସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ପେନ୍‌ସନ୍‌ ଓ ଭବିଷ୍ୟନିଧି ଅଦାଲତ ଏ.ଜି ସମ୍ମିଳନୀ କକ୍ଷଠାରେ ଆୟୋଜିତ ହେବ। ଯେଉଁ ଅବସରପ୍ରାପ୍ତ କର୍ମଚାରୀ ଠିକ୍‌ ସମୟରେ ତାଙ୍କର ଅବସରକାଳୀନ ପ୍ରାପ୍ୟ ପାଇ ପାରିନାହାନ୍ତି ସେମାନେ ଉକ୍ତ ଦିନମାନଙ୍କରେ ପୂର୍ବାହ୍ନ ୧୧.୩୦ ସମୟରେ ନିଜର ଅଭିଯୋଗ ଉପସ୍ଥାପନ କରିପାରିବେ। ଏନେଇ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ ଉକ୍ତ ଅଦାଲତରେ ଉପସ୍ଥିତ ରହି ଅଭିଯୋଗ ଶୁଣିବା ସହ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେବେ।

ଯେଉଁ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇ ନାହାନ୍ତି ସେମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହି ଅଭିଯୋଗ ଉପସ୍ଥାପନ କରିପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ସହକାରୀ ଲେଖା ଅଧିକାରୀ ସୁଶୀଲ କୁମାର ମିଶ୍ରଙ୍କୁ ତାଙ୍କ ମୋବାଇଲ୍‌ ନମ୍ବର ୯୪୩୮୦୩୮୩୪୩ରେ ସମ୍ପର୍କ କରିବାକୁ ଅନୁରୋଧ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories