ପାତ୍ରପୁର: ସାମନ୍ତିଆ ପଲ୍ଲୀ ରେଞ୍ଜ ତର୍ପଫରରୁ ଚଢଉ କରି ବାରହା ଶୀକାର କରି ନେଉଥିବାବେଳେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଆନ୍ଧ୍ର ପ୍ରଦେଶର ୪ଜଣ ବ୍ୟକ୍ତି ବଣସୋଲା ଖରଖରିଆ ନିକଟରୁ ବାରହା ଶୀକାର କରି ନେଉଥିବା ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଏକ ଅଟୋ ଯୋଗେ ଦୁଇଟି ମୃତ ବରହା ବଣସୋଲା ରାସ୍ତାରେ ନେଉଥିବାବେଳେ ସେମାନଙ୍କୁ କାବୁ କରି ଗିରଫ କରିଥିଲେ। ଅଭିଯୁକ୍ତ ଗିରଫ ଶିକାରୀ ମାନେ ହେଲେ ବିଜୟନଗରମର ବି. ଅର୍ଜ୍ଜୁନ ସିଂ(୩୭), ଶ୍ରୀକାକ କଲୋନୀ ଜୁନିୟର ସିଂ(୩୫), ଭନୋଜି ତୋଠ ମାନଜୀର ସିଂ(୨୮), ଖାଦ ରଙ୍ଗମ ଏମ ସୀମାଞ୍ଚଳ (୪୧)ବର୍ଷ ବୋଲି ଜଣା ପଡ଼ିଛି।
ଅଭିଯୁକ୍ତମାନେ ନିୟମିତ ଓଡ଼ିଶା ସୀମାକୁ ଆସି ବୋମା ବିଛେଇ ଶୀକାର କରୁଥିବା ବେଳେ ଜଙ୍ଗଲବିଭାଗ ହାବୁଡ଼ରେ ପଡ଼ିଥିଲେ। ସେମାନେ ବାରହା ନେଉଥିବା ଅଟୋ ସହିତ ଦୁଇଟି ମୃତ ବାରହା ଜବତ କରିଛନ୍ତି। ରେଞ୍ଜର ମନୋଜ କୁମାର ପାତ୍ର, ଫରେଷ୍ଟର ରତନ କୁମାର ବେହେରା, ଗାର୍ଡ ତରୁଣେସ୍ୱର ଶବର ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ। ଗିରଫ ପରେ ୪ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ବାରହା ୨ଟିକୁ ପୋତି ଦିଆ ଯାଇଛି। ଏନେଇ ଏକ ମାମଲା ରୁଜୁକରାଯାଇଛି। ଏହି ଅଞ୍ଚଳରେ ସଞ୍ଜ ହେଲେ ସହସ୍ରାଧିକ ବାରହା ଜଙ୍ଗଲରୁ ଆସିବା ସହିତ ବିଭିନ୍ନ ଗ୍ରାମରେ ଫସଲ ନଷ୍ଟ କରୁଛନ୍ତି।



