www.samajalive.in
Wednesday, December 10, 2025
26.1 C
Bhubaneswar

ପାଚିଲା ଧାନ ଖାଇ ୩୦ ରୁ ଉର୍ଦ୍ଧ ମେଣ୍ଢା ମୃତ !

ପାତ୍ରପୁର: ପାତ୍ରପୁର ବ୍ଳକ ଚୁଡିଆଲାଞ୍ଜି ଠାରେ ଧାନ ଫସଲ ଖାଇ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ମେଣ୍ଢା ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି। ଏହି ସବୁ ମେଣ୍ଢା କେଶରୀ ପଡା ପଞ୍ଚାୟତ ଭେଜିପଦର ଗ୍ରାମର କେ.କୃଷ୍ଣ ମୂର୍ତ୍ତିଏବଂ ଏମ.ସନ୍ତେୟାଙ୍କର ବୋଲି ଜଣାପଡ଼ିଛି। କେଶରୀପଡା ପଞ୍ଚାୟତ ଭେଜିପଦର ଗ୍ରାମର ଡି.ଲାଛମାୟା ଏବଂ ଅନ୍ୟ ଦୁଇ ଜଣ ଗ୍ରାମର କିଛି ଲୋକଙ୍କ ମେଣ୍ଢା ଚରାଉ ମେଣ୍ଢା ଚରାଉ ଥିଲେ। ସବୁଦିନ ଭଳି ଆଜି ସାମନ୍ତିଆ ପଲ୍ଲୀ ପଞ୍ଚାୟତ ଚୁଡ଼ିଆ ଲାଞ୍ଜି ମୌଜା ଅଞ୍ଚଳକୁ ମେଣ୍ଢା ଚରାଇବାକୁ ନେଇ ଥିଲେ। ସେଠାରେ ମେଣ୍ଢାଗୁଡ଼ିକ ଚରୁଥିବାବେଳେ ବିଭିନ୍ନ ସ୍ଥାନରେ ଗୋଟିକ ପରେ ଗୋଟିଏ ମେଣ୍ଢାର ମୃତ୍ୟୁ ହୋଇଥିଲା।

 

- Advertisement -

ଏହାପରେ ସେମାନେ ମେଣ୍ଢା ପାଳନ କରିଥିବା ମାଲିକକୁ ଖବର ଦେଇ ଥିଲେ। ମେଣ୍ଢା ଚରୁ ଥିବା ବେଳେ କିଛି ସ୍ଥାନରେ ପାଚିଲା ଧାନ ଖାଇଥିଲେ। ଏହାର କିଛି ଘଣ୍ଟା ପରେ ବିଭିନ୍ନସ୍ଥାନରେ ଗୋଟିକ ପରେ ଗୋଟିଏ ମେଣ୍ଢା ମରି ପଡ଼ିଥିଲେ ଯାହାକୁ ନେଇ ମାଲିକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେବେ ଏହି ମେଣ୍ଢା ପାଚିଲା ଧାନ ଖାଇ ମୃତ୍ୟୁବରଣ କରିଛନ୍ତି ନା ଅନ୍ୟ କାରଣରୁ ମରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଚୁଡ଼ିଆ ଲାଞ୍ଜି ଜମିରେ ଏହି ସବୁ ମେଣ୍ଢା ମରି ପଡିଥିବା ଜଣାଯାଇଛି। ବିଭାଗୀୟ ଅଧିକାରୀମାନେ ତଦନ୍ତ କଲେ ମେଣ୍ଢା ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବାକୁ ଥିବା ବେଳେ କ୍ଷତି ଗ୍ରସ୍ତ ମେଣ୍ଢା ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories