ପାଟଣା: ସମ୍ପ୍ରତି କରୋନା ସଂକ୍ରମଣ ବଢୁଥିବା ବେଳେ କିଛି ଲୋକ ଡାକ୍ତରଖାନା ଯିବା ପୂର୍ବରୁ ସେମାନଙ୍କ ଶରୀର ରେ ଅମ୍ଳଜାନ ମାତ୍ରା କମି ଯାଇ ଗୁରୁତର ହୋଇ ପଡୁଛନ୍ତି। ସେମାନଙ୍କ ପାଇଁ ତତ୍କାଳ ସାହାଯ୍ୟ ଯୋଗାଇ ଦେବାକୁ ଢେ଼ଙ୍କିକୋଟର ଯୁବ ସମାଜ ସେବୀ ତଥା ଜିଲ୍ଲା ଯୁବ ବିଜୁଜନତା ଦଳ ଉପସଭାପତି ଢେ଼ଙ୍କିକୋଟର ଏସ.କେ. ଇମରାନ ବିଶ୍ଵାସର ହାତ ବଢାଇଛନ୍ତି। ବୁଧବାର ରାତ୍ରି ବର୍ଷା, ଘନ ଘନ ବଜ୍ରପାତ ସମୟରେ ଢେ଼ଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପୋଇପାଣୀ ବାସିନ୍ଦା ପ୍ରଦୀପ ମହାନ୍ତଙ୍କ ଶରୀରରେ ଅମ୍ଳଜାନ ମାତ୍ରା କମି ଯାଇ ସେ ଗୁରୁତର ହୋଇ ପଡ଼ିଥିବା ଖବର ପାଇ ଏସ.କେ. ଇମରାନଙ୍କ କରୋନା ସହାୟତା ଦଳ ପୋଇପାଣି ଯାଇ ପ୍ରଦୀପକୁ ଅମ୍ଳଜାନ ଦେଇ ଏହାର ସ୍ତର ବଢ଼ାଇବା ପରେ ତାଙ୍କୁ ଚିକିତ୍ସାଳୟ କୁ ପଠାଇଥିଲେ।
ତାଙ୍କ ଦଳର ଶୁଭାସିଷ ଜେନା, ଧିବେନ୍ଦ୍ର ସାହୁ ଓ ସବୀର ଅହମଦ ପ୍ରମୁଖ ଏହି ମହତ ସେବାରେ ଏସ.କେ . ଇମରାନଙ୍କୁ ସାଙ୍ଗ ଦେଉଛନ୍ତି। ଏପର୍ଯ୍ୟନ୍ତ କେନ୍ଦୁଝର , ରାଇସୁଆଁ ଓ ଚଢ଼େଇଭୋଜ ଗ୍ରାମକୁ ମୋଟ ୬ଟି ଅମ୍ଳଜାନ ଟାଙ୍କି ସେ ଯୋଗାଇ ଦେବା ଦେଖାଯାଇଛି।



