www.samajalive.in
Monday, December 8, 2025
27.1 C
Bhubaneswar

ଝାଡା ବାନ୍ତିରେ ଯୁବକର ମୃତ୍ୟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ କିଆପଡା ଗ୍ରାମର ବିପିନ ନାଏକଙ୍କ ପୁଅ ପୁଟୁସ ନାଏକ (୨୪)ନାମକ ଜଣେ ଯୁବକଙ୍କର ଝାଡା ବାନ୍ତିରେ ମୃତ୍ୟୁ ଘଟିଛି। ଗତ ୨୮ ତାରିଖ ରୁ ତାଙ୍କୁ ଝାଡା ବାନ୍ତି ହେବାରୁ ସେ ଔଷଧ ଖାଉଥିବାବେଳେ ଗତ ରାତି ତାଙ୍କ ପେଟ ଫାମ୍ପିବା ସହ କଥା ବାର୍ତ୍ତା କରି ନପାରିବାରୁ ତାଙ୍କୁ ପାଟଣା ଡାକ୍ତରଖାନାକୁ  ଆଜି ଅଣାଯାଇଥିଲା । ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପୁଟୁସ ପ୍ରାଣ ହରାଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ୧୬/୨୦୨୪ ଅପମୃତ୍ୟ ମାମଲା ରୁଜୁ କରି ଏସ ଆଇ ତାପସ ଦାସ ପାଟଣାରେ ମୃତକର ଶବ ବ୍ୟବଚ୍ଛେଦ କରାଇ ମର ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ପୁଟୁଗାଁ ଗ୍ରାମର କରୁଣାକର ମହାନ୍ତଙ୍କ ପତ୍ନୀ ପିଙ୍କି ମହାନ୍ତ (୨୮)ଙ୍କର ଗତ ରାତି ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କିଛିଦିନ ହେବ ଅସୁସ୍ଥ ରହୁଥିବା ପିଙ୍କିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଡ଼ାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସେ ପ୍ରାଣ ହରାଇଥିବା ସମ୍ପର୍କରେ ତୁରୁମୁଙ୍ଗା ପୁଲିସକୁ ସୂଚନା ଦିଆଯାଇଥିଲା । ତୁରୁମୁଙ୍ଗା ଥାନା ଅପମୃତ୍ୟୁ ମାମଲା ୧୫/୨୦୨୪ ମୂଳେ ଏସ ଆଇ ତାପସ ଦାସ କେନ୍ଦୁଝର ଯାଇ ମୃତ ପିଙ୍କିଙ୍କର ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ମର ଶରୀର ତାଙ୍କ ପରିବାର କୁ ହସ୍ତାନ୍ତର କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories