ରାଉରକେଲାରେ ଚାଞ୍ଚଲ୍ୟ: ଆରଜିଏଚରେ ସାଢ଼େ ୬ଘଣ୍ଟାରେ ଅସ୍ବାଭାବିକ ଭାବେ ୧୦ ମୃତ

ସୁନ୍ଦରଗଡ଼ ଜିଲାରେ ଗୋଟିଏ ଦିନରେ ଅସ୍ବାଭାବିକ ଭାବେ ୧୪ଜଣ ମୃତ୍ୟୁ

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲାରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ସମଗ୍ର ଜିଲାରେ ଅସ୍ବାଭାବିକ ଭାବେ ୧୪ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ରାଉରକେଲା ଆରଜିଏଚରେ ସାଢ଼େ ୬ଘଣ୍ଟା ଭିତରେ ୧୦ଜଣଙ୍କ ଜୀବନ ଯାଇଛି। ଅନେକ ଗୁରୁତର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ ଏହି ଘଟଣା ରାଉରକେଲା ସହରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା ସରକାରୀ ଚିକିତ୍ସାଳୟ(ଆରଜିଏଚ)ରେ ସାଢ଼େ ୬ ଘଣ୍ଟା ଭିତରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ଏହି ୧୦ଜଣଙ୍କ ୧୦ଜଣଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବା  ନେଇ ଭାରପ୍ରାକ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ ସୂଚନା ଦେଇଛନ୍ତି। ଡାକ୍ତର ସୁଧାରାଣୀ ପ୍ରଧାନ କହିଛନ୍ତି ଯେ ଆଜି ଦିନ ସାଢ଼େ ଗୋଟାଏରୁ ରାତି ୮ଟା ମଧ୍ୟରେ ୧୦ଜଣଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି। ୮ଜଣ ମୃତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ। ଆଉ ୨ଜଣ ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।

prayash

ଏହି ୧୦ଜଣଙ୍କ ପ୍ରଚଣ୍ଡ ରୌଦ୍ରତାପ ତଥା ହିଟୱେଭ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଶରୀରର ତାପମାତ୍ରା ୧୦୩ ଓ ୧୦୪ ରହିଥିବା ଆଶଙ୍କା କରାଯାଉଛି। ଆସନ୍ତାକାଲି ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ମୃତ ଅବସ୍ଥାରେ ଆସିଥିବାରୁ ହିଷ୍ଟ୍ରି ଷ୍ଟଡି କରାଯାଇପାରିନାହିଁ। ଆଉ କିଛି ଗୁରୁତରଙ୍କ ୱାର୍ଡ ଭିତରେ ଚିକିତ୍ସା ଚାଲିଛି ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି।

ସେହିପରି ଆଜି ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାାଳୟରେ ଆଉ ୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ୪ଜଣଙ୍କ ପ୍ରଚଣ୍ଡ ରୌଦ୍ରତାପ ତଥା ହିଟୱେଭ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଆସନ୍ତାକାଲି ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ଆଉ କିଛି ଗୁରୁତରଙ୍କ ୱାର୍ଡ ଭିତରେ ଚିକିତ୍ସା ଚାଲିଛି ବୋଲି ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ(ସିଡିଏମଓ) ସୂଚନା ଦେଇଛନ୍ତି।

Comments are closed.