www.samajalive.in
Wednesday, December 10, 2025
18.1 C
Bhubaneswar

ବେଆଇନ କରତକଳ ଉପରେ ଚଢାଉ କରିବାକୁ ଯାଇଥିବା ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ

ପାଟଣା : ସହକାରୀ ଜିଲ୍ଲାପାଳ ରେଗାନ ନାୟକଙ୍କ ନେତୃତ୍ୱରେ ଡି.ଏଫ.ଓ. ସନ୍ତୋଷ ଯୋଶୀଙ୍କ ସହ ଏ.ସିଏଫ. ଘନଶ୍ୟାମ ମହାନ୍ତ, ୨୨ ଜଣ ବନପାଳ, ଘଟଗାଁ ରେଞ୍ଜର ଅଶୋକ ନାୟକଙ୍କ ସହ ୮ ଜଣ ରେଞ୍ଜର ଓ ୩ ପ୍ଲାଟୁନ ଫୋର୍ସ ସହ ୧୭ ଜଣ ବନରକ୍ଷୀ ପ୍ରମୁଖ ଆଜି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଠାରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ଚଢାଉ କରି ଏକ ପିକଅପ୍ ଭର୍ତି କାଠ ଓ କରତକଳ ସରଞ୍ଜାମକୁ ଜବଦ କରିବା ସହ କରତକଳରେ କାମ କରୁଥିବା ୫ ଜଣ ଲୋକଙ୍କୁ ଗିରଫ କରି ଫେରିବା ସମୟରେ ବନ ବିଭାଗ ଓ ପୁଲିସ ଗାଡିକୁ ଗ୍ରାମର କିଛି ଲୋକ ଢେଲା ପଥର ମାଡ କରିବା ସହ ବନବିଭାଗ ଉପରେ ଆକ୍ରମଣରେ ୩ଜଣ ବନରକ୍ଷୀ ଗୁରୁତର ହୋଇଛନ୍ତି ଓ ଗୋଟିଏ ବନବିଭାଗ ଗାଡି , ଗୋଟିଏ ପୁଲିସ ଗାଡି ସମେତ ଢେଲାପଥର ମାଡରେ ୩ ଟି ଗାଡି କ୍ଷତିଗସ୍ତ ହୋଇଛି । ଆକ୍ରମଣକାରୀଙ୍କ ଉଗ୍ରରୂପ ଦେଖି ବନବିଭାଗ ଓ ପୁଲିସ ବାହିନୀ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଦେଖାଯାଇଥିଲା । ଆକ୍ରମଣରେ ଗୁରୁତର ହୋଇଥିବା ବନପାଳ ମୋହିନୀ ମହାନ୍ତ, ଅନୀତା ରାଉତ ଓ କାଳନ୍ଦୀ ସାମଲଙ୍କୁ ଚିକିତ୍ସା ପାଇଁ ଘଟଗାଁ ଓ କେନ୍ଦୁଝର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ଜଣେ ପାରାଷ୍ଟାଫ ଆହତ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ପୁଲିସ ଓ ବନବିଭାଗର ଡଜନ ଡଜନ ଅଧିକାରୀ ଓ ଶତାଧିକ କର୍ମଚାରୀଙ୍କୁ ସାନ୍ତରାପୁରରେ ସଂଘବଦ୍ଧ ଆକ୍ରମଣ ଘଟଣା ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଜବତ କାଠଭର୍ତି ପିକଅପ କରତକଳ ସହ ଗିରଫ ୫ ଜଣ କରତ କଟାଳିଙ୍କୁ ବନବିଭାଗ କେନ୍ଦୁଝର କାର୍ୟ୍ୟାଳୟକୁ ନିଆଯାଇଛି । ଆକ୍ରମଣରେ ଢେଙ୍କିକୋଟ ପୁଲିସ ଗାଡି ସମେତ ବନବିଭାଗର ୨ ଟି ଗାଡି ଭାଙ୍ଗିଛି । ଦୁଇଜଣ ଡି.ଏସ.ପି ପାହ୍ୟାର ଅଧିକାରୀଙ୍କ ଉପସ୍ଥିତି ଓ ୩ ପ୍ଲାଟୁନ ପୁଲିସ ଥାଉ ଥାଉ ବନବିଭାଗ ଓ ପୁଲିସ ଗାଡି ଉପରେ ସଂଘବଦ୍ଧ ଆକ୍ରମଣ ସମୟରେ ପୁଲିସ ଓ ବନବିଭାଗ ଛତ୍ରଭଙ୍ଗ ଦେବା ଉଭୟ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories