www.samajalive.in
Monday, December 8, 2025
27.1 C
Bhubaneswar

୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା -ଜଣେ ମୃତ, ଦୁଇ ଗୁରୁତର

ପାଟଣାଗଡ – ସହରଠାରୁ ପ୍ରାୟ ୭ କିମି ଦୂର ପାଟଣାଗଡ- ଖପ୍ରାଖୋଲ ରାସ୍ତାର ବାଲିପଟା ପୋଲ ନିକଟରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ବାଲିପଟା ଗ୍ରାମର ହରିବନ୍ଧୁ ବରିହା(୩୬)ଙ୍କ ମୃତ୍ୟୁ ଘଟିଥିବା ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ ଡାକ୍ତରଖାନା ପରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, କୌଣସି କାମରେ ହରିବନ୍ଧୁ ଏକ ଗ୍ଲାମର ବାଇକ ନମ୍ବର ଓଡି-୦୩ ଏଫ୍‌-୪୫୩୭ରେ ଦେଦର୍ହ ଗ୍ରାମକୁ ଯାଇ ଫେରୁଥିବା ବେଳେ ବୀପରିତ ଦିଗରୁ ଏକ ସୁଜୁକି ବାଇକ୍‌ ନମ୍ବର ଓଡି-୦୩ଟି-୭୨୬୩ରେ ଆସୁଥିବା ୨ ଜଣ ଆରୋହୀଙ୍କ ସହ ବାଲିପଟା ଗ୍ରାମ ନିକଟସ୍ଥ ପୋଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହରିବନ୍ଧୁ ଏବଂ ଅନ୍ୟ ଦୁଇଜଣଙ୍କୁ ପାଟଣାଗଡ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ହରିବନ୍ଧୁଙ୍କୁ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ପାଟଣାଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories