www.samajalive.in
Monday, December 8, 2025
27.1 C
Bhubaneswar

ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିରରେ ଶିବବିବାହ ଓ ଶୀତଳ ଷଷ୍ଠୀ

ପାଟଣା : ତୁରୁମୁଙ୍ଗାର ଗିରିଜାଶଙ୍କର ମହାଦେବ ମନ୍ଦିରରେ ଶିବବିବାହ କାର୍ଯ୍ୟକ୍ରମ ନିରାଡମ୍ବର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ବାଣ, ରୋଷଣି, ଶୋଭାଯାତ୍ରାକୁ ସ୍ଥଗିତ ରଖାଯାଇ କେବଳ ବିଧିମତେ ପ୍ରଭୁ ଗିରିଜାଶଙ୍କର ମାତା ପାର୍ବତୀଙ୍କ ସହ ଶୁଭବିବାହ ସମ୍ପନ୍ନ ହୋଇଛି । କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅନୁମତି ନେଇ, ସାମିଲ ଥିବା ସମସ୍ତ ସଦସ୍ୟ ସଦସ୍ୟାମାନେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରଖି ଦେବନୀତି କାର୍ଯ୍ୟ କରିଥିଲେ ।
ଏହି ଦେବ ବିବାହରେ ବର ପିତାମାତା ଭାବେ ସୁନନ୍ଦ କୁମାର ସାହୁ ଓ ତାଙ୍କ ପତ୍ନୀ ଦୀପାଞ୍ଜଳୀ ସାହୁ ଏବଂ କନ୍ୟା ପିତା ମାତା ଭାବେ ସୁଦାମ ଚରଣ ବେହେରା ଓ ତାଙ୍କ ପତ୍ନୀ ରଶ୍ମୀ ଲତା ବେହେରା ଯୋଗ ଦେଇ ଦେବନୀତି ଶୁଭବିବାହ କାର୍ଯ୍ୟ ସମ୍ପାଦନର ସହଯୋଗ କରିଥିଲେ । ଦେବନୀତି ବିବାହ କାର୍ଯ୍ୟକ୍ରମକୁ ପୂଜକ ଅରୁଣ ମିଶ୍ର ଓ ଶରତ ତ୍ରିପାଠୀ ସମ୍ପାଦନ କରିଥିଲେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ପ୍ରାଙ୍ଗଣରେ ଭିଡ ନ ଥାଇ ନିଆରା ଢଙ୍ଗରେ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିବାହ କାର୍ଯ୍ୟ ଆକର୍ଷଣୀୟ ହୋଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories