www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟରେ ଆଗାମୀ ୨ ସପ୍ତାହ ତାଲାବନ୍ଦ ଆଂଶିକ କୋହଳ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ଜିଲାରେ ତାଲାବନ୍ଦ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧୭ ଜୁନ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ଟା ଯାଏଁ ଏହି ତାଲାବନ୍ଦ ଲାଗୁ ହେବ। ତାଲାବନ୍ଦ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଘୋଷଣା କରିଛନ୍ତି।
ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ସଂକ୍ରମଣ ୫% ତଳକୁ ରହିଛି। ଆସନ୍ତା କାଲି ସକାଳ ୫ଟା ପର ଠାରୁ ତାଲାବନ୍ଦ ଆଂଶିକ ଲାଗୁ ହେବ। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଜାରି ରହିବ। ଓଡିଶାର ଜିଲାକୁ ରାଜ୍ୟ ସରକାର ୨ଟି ଭାଗରେ ବିଭକ୍ତ କରିଛନ୍ତି।
୫%ରୁ କମ ସଂକ୍ରମଣ ଥିବା ପଶ୍ଚିମ,ଦକ୍ଷିଣ, ଓଡିଶା ଜିଲା ବିଭାଗ ଏରେ ରହିବ। ଅବିଭକ୍ତ ସୁନ୍ଦରଗଡ,ସମ୍ବଲପୁର,କଳାହାଣ୍ଡି,ବଲାଙ୍ଗୀର ,କୋରାପୁଟ, ଗଞ୍ଜାମ,କନ୍ଧମାଳ, ବିଭାଗ ଏ। ଝାରସୁଗୁଡା,ବରଗଡ,ଦେବଗଡ,ନୂଆପଡା,ସୁବର୍ଣ୍ଣପୁର,ଗଜପତି,ବଉଦ,କୋରାପୁଟ,ନବରଙ୍ଗପୁର,ମାଲକାନଗିରି,ରାୟଗଡା ଏ ସମସ୍ତ ଜିଲାରେ ସକାଳ ୬ଟାରୁ ୫ଟା ଯାଏଁ ଦୋକାନ ଖୋଲା ରହିବ। ମାତ୍ର ମଲ୍‍, ଜିମ,ସେଲୁନ,ସ୍ପା ଆଦି ପୂର୍ବପରି ବନ୍ଦ ରହିବ। ଉଠା ଦୋକାନୀ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ।
ଅବିଭକ୍ତ କଟକ,ପୁରୀ, ବାଲେଶ୍ୱର ଆଦି ଜିଲା ବିଭାଗ ବିରେ ଅର୍ନ୍ତଭୁକ୍ତ। ଖୋର୍ଦ୍ଧା,ନୟାଗଡ,କେନ୍ଦ୍ରାପଡା,ଜଗତସିଂହପୁର,ଯାଜପୁର,ଅନୁଗୁଳ,ଢେଙ୍କାନାଳ,ଭଦ୍ରକ,ମୟୁରଭଞ୍ଜ, କେନ୍ଦୁଝର ଏ ସମସ୍ତ ଜିଲାରେ ସକାଳ ୬ ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। ଏହାସହ ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ପୂର୍ବଭଳି ସପ୍ତାହନ୍ତ ସଟଡାଉନ ସମସ୍ତ ଜିଲାରେ ଜାରି ରହିବ। ଟୀକାକରଣ,ଟେଷ୍ଟିଂ ଏବଂ ସ୍ୱାସ୍ଥ୍ୟ ସେବା ଭଳି କୌଣସି କଟଣା ନାହିଁ। ଏନେଇ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories