ପାଟଣା: ପାଟଣା ଅବକାରୀ ଥାନାରେ କାର୍ଯ୍ୟରତ ଅବକାରୀ ଏଏସଆଇ ଅଖିଳ ଚନ୍ଦ୍ର ସର୍ଦ୍ଦାର(୪୨)ଙ୍କର ଗତ ରାତି ସାଢ଼େ ୧୦ଟା ସମୟରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଅବିବାହିତ ଥିବା ଅଖିଳ ଚନ୍ଦ୍ରଙ୍କ ହୃଦଘାତ ହେବାରୁ ତାଙ୍କୁ ୧୦ ଦିନ ତଳେ କଟକ ବଡ଼ ଡ଼ାକ୍ତରଖାନା ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ରାତି ୧୦ଟା ୩୦ରେ ତାଙ୍କର ପରଲୋକ ଘଟିଛି। ମର ଶରୀରକୁ ତାଙ୍କର ସଦର ବ୍ଲକ କୁଶପଦା ଗ୍ରାମର ବାସଭବନକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।
Popular Categories



