www.samajalive.in
Monday, December 8, 2025
27.1 C
Bhubaneswar

ସ୍କୁଟି ବ୍ୟାଟେରୀ ଫାଟି ଜଳି ଗଲା ଘର

ପାଟଣା :  ଚାର୍ଜ ସମୟରେ ସ୍କୁଟି ବ୍ୟାଟେରୀ ଫାଟି ଜଳି ଗଲା ଘର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି ପୂର୍ବାହ୍ନରେ ବାଙ୍କପାଟୁଳି ଗ୍ରାମର ରାଜା ପୃଷ୍ଟି ନିଜର ବ୍ୟାଟେରୀ ଚାଳିତ ସ୍କୁଟି ଟିକୁ ଘରେ ଚାର୍ଜରେ ଲଗାଇ ବାହାରକୁ ଯାଇଥିବା ସମୟରେ ସଟ୍ ସର୍କିଟ ଘଟି ହଠାତ୍ ବ୍ୟାଟେରୀଟି ଫାଟି ଯାଇ ଖୁବ୍ ଜୋରରେ ଶବ୍ଦ ହୋଇଥିଲା ।

ଶବ୍ଦ ଶୁଣି ଘର ଲୋକେ ଦେଖିବା ବେଳକୁ ସ୍କୁଟି ରୁ ନିଆଁ ଲାଗି ଘର ସାରା ବ୍ୟାପି ଯାଇଥିଲା । ଘର ଲୋକେ ନିଆଁକୁ ଆୟତ କରିବାରେ ବିଫଳ ହୋଇ କେନ୍ଦୁଝର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଅଗ୍ନିକାଣ୍ଡରେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories