www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଛାଟରେ ଘାଇଲା ଉଠା ଦୋକାନୀ

ପାଟକୁରା: କେନ୍ଦ୍ରାପଡା ଜିଲାର ପାଟକୁରା ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି। ଅମାନିଆମାନଙ୍କ ପାଇଁ ସଂକ୍ରମଣ ହାର ବଢୁଥିବା ନେଇ ବିଶେଷଜ୍ଞମାନେ ମତ ପୋଷଣ କରୁଥିବାବେଳେ, କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ପାଳିର ତାଲାବନ୍ଦ ଓ ସପ୍ତାହନ୍ତ ସଡ୍‍ ଡାଉନ ଚାଲୁ ରହିଛି। ହେଲେ ଏହି ତାଲାବନ୍ଦ ସମୟରେ ଗ୍ରାମାଞ୍ଚଳରେ ଅନେକ ଦୋକାନ ବଜାରମାନଙ୍କରେ ବ୍ୟବସାୟୀମାନେ ଅଧା ସଟର ଖୋଲି ବେପାର କରୁଥିବା ବେଳେ, ଉଠାଦୋକାନୀମନେ ଅଧିକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ମାସେରୁ ଉର୍ଦ୍ଧ୍ୱ ହେଲା ଏହି ତାଲାବନ୍ଦ ଜାରି ରହିଥିବା ଯୋଗୁଁ ଉଠା ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ହରାଇ ର୍ଦୁବିସହ ଜୀବନ ବିତାଉଛନ୍ତି। ଏପରିକି କେତେକ ଛକ ସ୍ଥାନରେ ଠେଲା ଗାଡି ଗୁଡିକ ସେହିପରି ଭାବରେ ପଡି ରହିଛି।

ପାଟକୁରା ଅଞ୍ଚଳର ନୂଆପଡା, ପାଟକୁରା ଓ ଗରଦପୁର ଆଦି ସ୍ଥାନମାନଙ୍କରେ କେତେକ ଉଠା ବ୍ୟବସାୟୀମାନେ ଛୋଟକାଟ ବ୍ୟବସାୟ କରି ସେମାନଙ୍କର ଗୁଜୁରାଣ ମେଣ୍ଟାଉଥିଲେ। କିଏ ଚାଟ ତ କିଏ ଗୁପଚୁପ୍‍ ଓ କିଏ ପାଚିଲା କଦଳି, ଗୁଡ ଆଦି ବିକ୍ରୟ କରି ସେମାନଙ୍କର ପରିବାର ଚଳାଉଥିଲେ। ହେଲେ ଏହି ତାଲାବନ୍ଦ ସମୟରେ ସେମାନଙ୍କୁ ଆଉ ହାଟବଜାରମାନଙ୍କରେ ଦେଖିବାକୁ ମିଳୁ ନାହିଁ। ତାଲାବନ୍ଦ ପୂର୍ବରୁ କେତେକ ହାଟ ବଜାର ଓ ଛକ ସ୍ଥାନରେ ଠେଲା ଗାଡି ନିକଟରେ ଗ୍ରାହକମାନଙ୍କର ଭିଡ ଜମୁ ଥିଲା। ମାତ୍ର କରେନା କଟକଣା ଫଳରେ ଏଭଳି ସ୍ଥିତିକୁ ଆଖି ଆଗରେ ରଖି ସମ୍ପ୍ରତି ତାଲାବନ୍ଦ ପକ୍ରିୟାରେ ଏହି ଉଠାଦୋକାନୀଙ୍କ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଫଳରେ ଉଠାଦୋକାନୀମାନେ ଆଉ ପୂର୍ବ ପରି ଆସୁ ନାହାଁନ୍ତି। ନୂଆପଡା ବଜାରରେ ଉଠାଦୋକାନ କରିଥିବା ଦେବରାଜ ସାହୁ କହନ୍ତି,ଏହି ଉଠା ବେପାର ଦ୍ୱାରା ତାଙ୍କର ପରିବାରରେ ଥିବା ୫ଜଣ ପରିବାର ଭଲରେ ଚଳୁଥିଲେ। ଏବେ କଟକଣା ଫଳରେ ବେପାର ବନ୍ଦ ରହିଥିବା ଯୋଗୁଁ ତାଙ୍କ ପରିବାର ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଅନ୍ୟ ଦୋକାନୀମାନେ ଲୁଚାଛପାରେ ବେପାର କରଉଥିବା ବେଳେ,ଏହି ଉଠା ବେପାରୀମାନେ ଲୁଚାଛପାରେ ବେପାର କରି ପାରୁ ନାହାଁନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories