www.samajalive.in
Monday, December 8, 2025
27.1 C
Bhubaneswar

ଭାରତର ଏକମାତ୍ର ଟ୍ରେନ୍: ଯାତ୍ରୀଙ୍କୁ ମିଳେ ମାଗଣା ଭୋଜନ

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା ସମୟରେ ଖାଦ୍ୟ ପେୟର ଆସର ଜମିଲେ ଯାତ୍ରାରେ ଆନନ୍ଦ ଆସିଥାଏ । ଟ୍ରେନରେ ଖାଦ୍ୟ ପେୟ ପାଇଁ ବ୍ୟବସ୍ଥା ଥାଏ । ଏହା ବ୍ୟତୀତ ରେଳ ଷ୍ଟେସନରେ ଫୁଡ୍ ଷ୍ଟଲ୍ ମଧ୍ୟ ମିଳିଯାଏ । କିନ୍ତୁ ଏସବୁ ପାଇଁ ଆପଣଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଭାରତରେ ଏମିତି ଏକ ଟ୍ରେନ୍ ଚାଲିଛି ଯେଉଁଥିରେ ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଭୋଜନ ମିଳିଥାଏ । ଏହା ପୁଣି କେବଳ ଥରେ ନୁହେଁ, ଆପଣ ଯାତ୍ରା ସମୟରେ ୬ ଥର ବିନା ଖର୍ଚ୍ଚରେ ପେଟ ଭରି ଖାଇପାରିବେ ।

ଏହି ଖାସ୍ ଟ୍ରେନ୍ ନାଁ ସଚଖଣ୍ଡ ଏକ୍ସପ୍ରେସ(୧୨୭୧୫) । ଏହି ଟ୍ରେନରେ ଯାତ୍ରୀଙ୍କ ପାଇଁ କୌଣସି ଚିନ୍ତା ନାହିଁ । ସମସ୍ତଙ୍କୁ ମାଗଣାରେ ଖାଦ୍ୟ ମିଳିଥାଏ । ଗତ ଅନେକ ବର୍ଷ ହେବ ଏହି ଟ୍ରେନରେ ଯାତ୍ରୀଙ୍କୁ ସ୍ବତନ୍ତ୍ର ଲଙ୍ଗର ପରଷାଯାଇଥାଏ । ସଚଖଣ୍ଡ ଏକ୍ସପ୍ରେସ ୩୯ ଷ୍ଟେସନରେ ଅଟକିଥାଏ । ଏହି ସମୟରେ ୬ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଲଙ୍ଗର ଲାଗିଥାଏ ।

- Advertisement -

ଅମୃତସର-ନାନ୍ଦେଡ ସଚଖଣ୍ଡ ଏକ୍ସପ୍ରେସରେ ୨୯ ବର୍ଷ ଧରି ଯାତ୍ରୀଙ୍କୁ ମାଗଣାରେ ଖାଦ୍ୟ ମିଳୁଛି । ଲୋକମାନେ ଏଥିରେ କେବଳ ପ୍ଲେଟ ଓ କିଛି ବାସନ କୁସନ ଧରି ଯାତ୍ରା କରନ୍ତି । ୨୦୮୧ କିଲୋମିଟର ଯାତ୍ରାରେ ୬ ଷ୍ଟେସନରେ ଯାତ୍ରୀଙ୍କୁ ଲଙ୍ଗର ମିଳିଯାଏ । ଏହି ସ୍ଥାନମାନଙ୍କରେ ସେମାନେ ବିନା ଖର୍ଚ୍ଚରେ ପେଟଭରି ଭୋଜନ କରିଥାନ୍ତି । ଟ୍ରେନରେ ପେଣ୍ଟ୍ରି ମଧ୍ୟ ରହିଛି, କିନ୍ତୁ ଏହାର କିଛି ଆବଶ୍ୟକ ପଡିନଥାଏ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories