www.samajalive.in
Tuesday, December 9, 2025
16.1 C
Bhubaneswar

ପେଗାସସ ଓ କୃଷି ଆଇନକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ

ଆଜି ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ପେଗାସସ ଗୁପ୍ତଚରଗିରି, କୃଷି ଆଇନ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ଅପରାହ୍ନ ଯାଏଁ ମୁଲତବୀ ରଖାଯାଇଥିଲା। ଆଜିକୁ ମିଶାଇ ୫ ଦିନ ଧରି ଉଭୟ ସଭାର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି। ଲୋକସଭାରେ ଆଜିର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍‍କେ, ଟିଏମ୍‍ସି, ଅକାଳୀଦଳ ଓ ଅନ୍ୟ ବିରୋଧୀଦଳ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ସ୍ଲୋଗାନ ଦେଇଥିଲେ। ପାଟିତୁଣ୍ଡ ଭିତରେ ବାଚସ୍ପତି ଓମ ବିର୍ଲା ସଭାକାର୍ଯ୍ୟ ଚଳାଇବାକୁ ପ୍ରୟାସ କରିଥିଲେ। ନିଜ ନିଜର ଆସନକୁ ଫେରିଯାଇ ସଭାରେ ପ୍ରଶ୍ନକାଳକୁ ଚାଲିବାକୁ ଦେବା ପାଇଁ ସେ ବିରୋଧୀଦଳ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ସରକାର ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ବିର୍ଲା କହିଥିଲେ। କିନ୍ତୁ ସଦସ୍ୟମାନେ ପାଟିତୁଣ୍ଡ ଜାରି ରଖିବାରୁ ସେ ସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡୁ ବିରୋଧୀ ଦଳ ସଦସ୍ୟମାନଙ୍କ ମୁଲତବୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ପେଗାସସ୍‍ ଗୁଇନ୍ଦାଗିରି, କୃଷି ଆଇନ ଓ ଆଉ କିଛି ପ୍ରସଙ୍ଗ ଉପରେ ବିରୋଧ ଦଳ ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ଅଧ୍ୟକ୍ଷ ମୁଲତବୀ ପ୍ରସ୍ତାବକୁ ଖାରଜ କରିଦେବା ପରେ କଂଗ୍ରେସ, ଟିଏମସି, ବାମପନ୍ଥୀ ଦଳ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ ଦେଇଥିଲେ। ସମାଜବାଦୀ ପାର୍ଟି, ବିଏସପି ଓ ଶିବସେନାର ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ଛିଡ଼ା ହୋଇ ଯାଇଥିଲେ। କ୍ରମାନ୍ୱୟରେ ସଭାରେ ବାଧା ସୃଷ୍ଟି କରାଯାଉଥିବାରୁ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଶହୀଦ ଯବାନମାନଙ୍କ ସାହସ ଓ ବୀରତ୍ୱ ସର୍ବଦା ଦେଶବାସୀଙ୍କୁ ଅନୁପ୍ରାଣିତ କରିବ ବୋଲି କହିଥିଲେ।

- Advertisement -

ଦୁଇ ସଭାର ସଦସ୍ୟମାନେ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରିଥିଲେ। ଟୋକିଓ ଅଲମ୍ପିକ୍ସରେ ମୀରାବାଇ ଚାନୁ ଦେଶ ପାଇଁ ପ୍ରଥମ ପଦକ ବିଜୟୀ ହୋଇଥିବାରୁ ଊଭୟ ସଭାରେ ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି କୃଷି ଆଇନ ବିରୁଦ୍ଧରେ ପ୍ରତିବାଦ ସ୍ୱରୂପ ଆଜି ଟ୍ରାକ୍ଟର ଚଢ଼ି ପାର୍ଲାମେଣ୍ଟରେ ପହଞ୍ଚିଥିଲେ। ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ କୃଷକମାନଙ୍କ ସ୍ୱରକୁ ଚପାଇ ଦିଆଯାଉଥିବାରୁ ସେ ସେମାନଙ୍କ ବାର୍ତ୍ତାକୁ ପାର୍ଲାମେଣ୍ଟ ମଧ୍ୟକୁ ନେଇ ଆସିଛନ୍ତି। ତାଙ୍କ ସହ ପାର୍ଟିର କିଛି ସାଂସଦ ମଧ୍ୟ ଟ୍ରାକ୍ଟରରେ ଆସିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories