www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ପରିଚୟ ଫାଉଣ୍ଡେସନ୍‌

ଭୁବନେଶ୍ୱର:କରୋନା ସମୟରେ ଯୋଦ୍ଧା ସାଜି ନିଜ କର୍ତ୍ତବ୍ୟ ପରାୟଣତାର ପରିଚୟ ଦେଇଥିବା ଓ ସମାଜ ପାଇଁ ସେବା କରିଥିବା
ଲୋକଙ୍କୁ ସମ୍ବର୍ଦ୍ଧିତ କରିଛି ପରିଚୟ ଫାଉଣ୍ଡେସନ୍। ଭର୍ଚୁଆଲ୍‌ ମାଧ୍ୟମରେ ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ସହ ରାସନ ବାଣ୍ଟିବା ଅଭିଯାନ ଚଲାଇଥିବା ସିଏମ୍‌ସିର ପ୍ରାକ୍ତନ ଉପାଧ୍ୟକ୍ଷ ପୁଷ୍ପା ସାମଲ, ବସ୍ତିବାସିନ୍ଦାଙ୍କ ପାଇଁ କାମ କରିଥିବା ଇ.କାମେଶ୍ୱର ପାତ୍ର, ଦିବ୍ୟାଙ୍ଗ କ୍ରିକେଟ ସଂଘର ଉପସଭାପତି ବେଲା ଜୟସ୍ୱାଲ, ଲକଡାଉନ୍ ସମୟରେ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇଥିବା ବାସନ୍ତୀ ସିଂ, ଆମ୍ବିକି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଦାୟିତ୍ୱରେ ଥିବା କୈଳାସ ପରିଡା, ଫଟୋ ସାମ୍ବାଦିକ ସମିମ୍‌
କ୍ୟୁରେସୀ ଓ ମୃତକଙ୍କ ଶରୀରର ଶବଦାହ ପାଇଁ ମଶାଣିକୁ ଆଣିବାରେ ସହାୟତା କରୁଥିବା ରେଶ୍‌ମା ସିଂଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି। କରୋନା ଭଳି ବିପତ୍ତି ସମୟରେ ସମାଜରେ ସେବା ଭାବର ନିଦର୍ଶନ ଦେଖାଇ ଯୋଦ୍ଧା ପାଲଟିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଆମର ଉଦ୍ଦେଶ୍ୟ ବୋଲି ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ କହିଛନ୍ତି। ଦୀକ୍ଷା ତିୱାରୀ ଓ ମିନର୍ଭା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories