www.samajalive.in
Tuesday, December 9, 2025
17.1 C
Bhubaneswar

‘ପରୀ’କୁ ନ୍ୟାୟ ପାଇଁ ଦିଲ୍ଲୀରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ : ନୟାଗଡର କୁନି ଝିଅ ‘ପରୀ’କୁ ନ୍ୟାୟ ପ୍ରଦାନ ମାମଲା ଏବେ କିଲ୍ଲୀରେ ପହଞ୍ଚିଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର ଏହି ଘଟଣା ନେଇ ସୋମବାର ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
ଦାବି ପତ୍ରରେ ମୁଖ୍ୟତଃ ୨ ପ୍ରସଙ୍ଗ ଉଠା ଯାଇଛି। ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ସ୍ବତନ୍ତ୍ର  ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ ବୋଲି ଡକ୍ଟର ପାତ୍ର ଦାବି କରିଛନ୍ତି। ‘ପରୀ’ ଶରୀରର ବିଭିନ୍ନ ଅଙ୍ଗ ଚୋରୀ ହୋଇଛି ନା ନାହିଁ ତାହାର ମଧ୍ୟ ତଦନ୍ତ କରାଯାଉ। ସେହିପରି ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କର ଏଥିରେ କ’ଣ ସମ୍ପୃକ୍ତି ରହିତ ତାହା ମଧ୍ୟ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି। ସେହିପରି ଭାଇରାଲ ହୋଇଥିବା ଅଡିଓ ସଂପର୍କରେ ତଦନ୍ତପାଇଁ ଦାବି କରାଯାଇଛି।

ଅନ୍ୟପକ୍ଷରେ ନୟାଗଡ ଜିଲ୍ଳାପାଳ ଓ ଏସପି ଦିଲ୍ଲୀରେ କମିଶନଙ୍କ ନିକଟରେ ହାଜର ହୋଇ ତାଙ୍କର ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଦାବି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କମିଶନ ବିଧିବଦ୍ଧ ତଦନ୍ତ କରି ‘ପରୀ’ର ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories