www.samajalive.in
Saturday, December 6, 2025
26.1 C
Bhubaneswar

ସେଲଫି ନେଲା ଜୀବନ, ଟ୍ରେନ ଉପରେ ସେଲଫି ନେଇ ଜଳିଗଲେ ନାବାଳକ

ପାରଳାଖେମୁଣ୍ଡି: ସେଲଫି ମାନିଆ ଜଣେ ନାବାଳକ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ଟ୍ରେନ ଉପରେ ଚଢି ସେଲଫି ନେବା ବେଳେ ବଗି ଉପରେ ପ୍ରବାହିତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଜଳି ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ରେଳଷ୍ଟେସନରେ।

ମୃତ ନାବାଳକର ନାମ ସୂର୍ୟ୍ୟକୁମାର । ସେଞ୍ଚୁରିଆନ ପବ୍ଲି ସ୍କୁଲର ସେ ନବମ ଶ୍ରେଣୀର ଛାତ୍ର ଥିଲେ। ଆଜି ସନ୍ଧ୍ୟାରେ ସୂର୍ଯ୍ୟକୁମାର ଏବଂ ତାର ୨ଜଣ ସାଙ୍ଗ ରେଳଷ୍ଟେସନକୁ ବୁଲିବାକୁ ଯାଇଥିଲେ। ଷ୍ଟେସନରେ ଛିଡା ହୋଇ ରହିଥିବା ଟ୍ରେନ ବଗି ଉପରକୁ ଚଢିଯାଇ ସେଲଫି ଉଠାଉଥିବା ବେଳେ ବଗି ଉପରେ ପ୍ରବାହିତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ନାବାଳକ ଜଣକ ସେଠାରେ ଜଳି ଯାଇଥିଲା। ଛିଡା ହୋଇଥିବା ଟ୍ରେନ ବଗିଗୁଡିକ କରୋନା ରୋଗୀଙ୍କ ଆଇସୋଲେସନ ବଗି ଭାବେ ବ୍ୟବହାର କରାଯାଉଥିଲା। ଏହି କାରଣରୁ ଟ୍ରେନ ବଗି ଉପରେ ତାରପୋଲିନ ଘୋଡା ଯାଇଥିଲା। ବିଦ୍ୟୁତ ସଂସ୍ପର୍ଶରେ ସୂର୍ଯ୍ୟକୁମାର ଜଳି ଯିବା ପରେ ପରେ ଟ୍ରେନ ବଗିରେ ଘୋଡା ଯାଇଥିବା ତାର୍ପୋଲିନ ବି ଜଳି ଯାଇଥିଲା। ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯଦ୍ବାରା ଟ୍ରେନର ବିଶେଷ କିଛି କ୍ଷତି ହୋଇନି। ବର୍ତ୍ତମାନ କୋଭିଡ କଟକଣା କାରଣରୁ ଗୁଣପୁର- ନୌପଡା ରେଳପଥରେ କୌଣସି ଟ୍ରେନ ଚଳାଚଳ କରୁନି। ସୂର୍ଯ୍ୟକୁମାର ସହ ଯାଇଥିବା ଦୁଇଜଣ ସାଙ୍ଗକୁ ରେଳବାଇ ପୁଲିସ ଅଟକ ରଖି ପଚରାଉଚରା କରୁଛି।

- Advertisement -

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories