ସମୁଦ୍ର ମଧ୍ୟରେ ଫସିଥିବା ୨୦ ମତ୍ସ୍ୟଜୀବୀ ଉଦ୍ଧାର
ପାରାଦ୍ୱୀପ : ସମୁଦ୍ର ମଧ୍ୟରେ ଫସି ରହିଥିବା ୨୦ ମତ୍ସ୍ୟଜୀବୀଙ୍କୁ ଭାରତୀୟ କୋଷ୍ଟଗାର୍ଡ ଉଦ୍ଧାର କରିଛନ୍ତି। ବାତ୍ୟା ସିତ୍ରାଙ୍ଗ ସମୟରେ ସମୁଦ୍ର ମଧ୍ୟରେ ପ୍ରଖର ଢେଉରେ ଏହି ବାଙ୍ଗଲାଦେଶୀ ବୋଟଟି ଓଲଟି ପଡିବା ସହିତ ମତ୍ସ୍ୟଜୀବୀମାନେ ପାଣିରେ ଭାସୁଥିବା ଅବସ୍ଥାରେ ଭାରତୀୟ କୋଷ୍ଟଗାର୍ଡ ର ନଜରରେ ଆସିଥିଲେ । ବାତ୍ୟା ଯିବା ପରେ ଭାରତୀୟ କୋଷ୍ଟଗାର୍ଡ ତରଫରୁ ସମୁଦ୍ର ର ସ୍ଥିତି ଉପରେ ନଜର ରଖୁଥିବା ସମୟରେ ଏହି ମତ୍ସ୍ୟଜୀବୀମାନେ ସମୁଦ୍ରରେ ଭାସୁଥିବା ଦେଖିବାକୁ ପାଇଥିଲେ । ବାତ୍ୟା ପ୍ରଭାବରେ ଡ଼ଙ୍ଗାଟି ବୁଡିଯିବା କାରଣରୁ ବିଭିନ୍ନ ଭାଷମାନ ପଦାର୍ଥକୁ ଆଶ୍ରା କରି ଏହି ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଭାସି ବାର ଦେଖିବା ସହିତ ମାଲେସିଆ ରୁ କୋଲକାତା ଅଭିମୁଖେ ଯାଉଥିବା ବାଣିଜ୍ୟ ଜାହାଜ ନଣ୍ଟାଭୂମ ସହିତ ଯୋଗାଯୋଗ କରିବା ସହିତ କୋଷ୍ଟଗାର୍ଡ ର ଏକ ଜାହାଜ ସହାୟତାରେ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଭାରତୀୟ କୋଷ୍ଟଗାର୍ଡ ର ଜାହାଜ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରି ଆଣିବା ପରେ ଏମାନେ ସମସ୍ତେ ସୁରକ୍ଷିତ ରହିଥିବା ସୂଚନା ରହିଛି । ପରେ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ମାନଙ୍କୁ କୋଷ୍ଟ ଗାର୍ଡ ଆଇନ ଅନୁଯାୟୀ ବାଂଲାଦେଶ କୋଷ୍ଟଗାର୍ଡ ସହିତ ଆଲୋଚନା ପରେ ଛଡ଼ାଯିବା ନେଇ ସୂଚନା ମିଳିଛି ।
Comments are closed.