www.samajalive.in
Saturday, December 6, 2025
26.1 C
Bhubaneswar

କଚ୍ଛ ପଞ୍ଚାୟତ ନିର୍ବାଚନ ବିଜୟ ପରେ ଉଠିଲା ପାକିସ୍ତାନ ଜିନ୍ଦାବାଦ ନାରା

କଚ୍ଛ: ଗୁଜୁରାଟର କଚ୍ଛ ପଞ୍ଚାୟତ ନିର୍ବାଚନ ବିଜୟ ପରେ ଉଠିଲା ପାକିସ୍ତାନ ଜିନ୍ଦବାଦ ନାରା । ପାକିସ୍ତାନ ଜିନ୍ଦାବାଦ ନରାକୁ ନେଇ ବିବାଦ ଉପୁଜିବାରେ ଲାଗିଛି । ଏପରି ଏକ ଘଟଣା କଚ୍ଛ ପଞ୍ଚାୟତର ଦୁଧାଇ ଗାଁରେ ହୋଇଥିବା ବେଳେ, ନିର୍ବାଚନ ବିଜୟ ପରେ ଏକ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦିଆଯାଇଥିଲା । ସ୍ଲୋଗାନ ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସଙ୍ଗଭି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ଏଥି ସହିତ ସଙ୍ଗଭି ଏହି ପ୍ରସଙ୍ଗରେ କଚ୍ଛର ରେଞ୍ଜ ଆଇଜିଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାହାକୁ ଛାଡି ଦିଆଯିବ ନାହିଁ । ସଙ୍ଗଭି ଆହୁରି ମଧ୍ୟ କହିଛନ୍ତି କି, ପାକିସ୍ତାନକୁ ସମର୍ଥନ କରି ସ୍ଲୋଗାନ ଦେବା ପାଇଁ ଏକ ମାମଲା ରୁଜୁ ହୋଇଛି। ଯେଉଁମାନେ ସ୍ଲୋଗାନ ଦେଉଛନ୍ତି ସେମାନଙ୍କୁ ଗିରଫ କରାଯିବ । ଏନେଇ ସରକାର ମଧ୍ୟ ଗୁରୁତର ପଦକ୍ଷେପ ନେଉଛନ୍ତି । ସୂଚନା ଅନୁଯାୟୀ, ଦୁଧାଇ ଗ୍ରାମପଞ୍ଚାୟତ ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇ ହୋଇଥିଲା । ମଙ୍ଗଳବାର ସଂଧ୍ୟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ଯେଉଁଥିରେ ରିନାବେନ୍ ରଙ୍ଗୁଭାଇ କୋଠିୱାର ୧,୦୨୬ ଭୋଟ ସହିତ ବିଜେତା ଘୋଷିତ ହୋଇଥିଲେ । ଯାହାକୁ ନେଇ କୋଠିୱାରଙ୍କ ସମର୍ଥକ ମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଆଉ ବିଜୟ ଉତ୍ସବ ମନାଇବା ବେଳେ କିଛି ସମର୍ଥକ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିବା ଦେଖିବାକୁ ମିଳିଥିଲା ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories