www.samajalive.in
Thursday, December 11, 2025
26.1 C
Bhubaneswar

ବଳାତ୍କାରୀଙ୍କ ଲାଗି ନମ୍ପୂସକ ସଜା: ପାକିସ୍ତାନରେ ଆସିଲା ନୂଆ ଆଇନ

ଇସଲାମାବାଦ: ବଳାତ୍କାରୀଙ୍କ ପାଇଁ ପାକିସ୍ତାନ ସରକାର ଆଣିଛନ୍ତି ନୂଆ ଆଇନ । ବଳାତ୍କାର ପ୍ରମାଣିତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନମ୍ପୂସକ କରି ଦିଆଯିବାକୁ ସରକାର ଆଣିଥିବା ଅଧ୍ୟାଦେଶରେ ରାଷ୍ଟ୍ରପତି ଆରିଫ ଆଲଭି ମଙ୍ଗଳବାର ସ୍ବାକ୍ଷର କରିଛନ୍ତି । ଏଣିକି ପାକିସ୍ତାନରେ କୌଣସି ବଳାତ୍କାର ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ ଓ ତାଙ୍କୁ ନମ୍ପୂସକ କରି ଦିଆଯିବ ବୋଲି ସରକାର କହିଛନ୍ତି ।

- Advertisement -

ପାକିସ୍ତାନ ରାଷ୍ଟ୍ରପତିଭବନ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଏହି ନିୟମ ଅନୁସାରେ ବଳାତ୍କାର ସଂକ୍ରାନ୍ତ ଅପରାଧ ମାମଲାର ବିଚାର ପାଇଁ ସାରା ଦେଶରେ ସ୍ବତନ୍ତ୍ର ଅଦାଲତ ଗଠନ କରାଯିବ ଏବଂ କୌଣସି ମାମଲାର ବିଚାର ୪ ମାସ ମଧ୍ୟରେ ​‌ଶେଷ କରାଯିବ । ଏହି ନିୟମ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ  ଆଣ୍ଟି ରେପ୍ କ୍ରାଇସିସ ସେଲ ଗଠନ ହେବ । ବଳାତ୍କାର ଘଟଣାର ୬ ଘଣ୍ଟା ମଧ୍ୟରେ ଏହା ତଦନ୍ତ ରିପୋର୍ଟ ଦେବ। ଏ କ୍ଷେତ୍ରରେ ପୀଡ଼ିତାଙ୍କ ପରଚୟ ଗୋପନ ରହିବ ଏବଂ ଏହାକୁ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ ହେବ ।

ଏହି ଘଟଣାର ତଦନ୍ତରେ ପୁଲିସ ଏବଂ ସରକାର ଅଧିକାରୀ ଅବହେଳା କରନ୍ତି, ତେବେ ତାଙ୍କୁ ଜୋରିମାନା ସହିତ ତିନି ବର୍ଷ ଜେଲ ଦଣ୍ଡ ହୋଇପାରେ। ଏଥିସହ ପୁଲିସ କିମ୍ବା ସରକାରୀ କର୍ମଚାରୀ ମିଥ୍ୟା ସୂଚନା ଦେଲେ ମଧ୍ୟ ସେମାନଙ୍କୁ ଦଣ୍ଡିତ କରାଯିବ ।

ଲାହୋର ସହର ବାହାରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ବିରୋଧକୁ ଦୃଷ୍ଟିରେ ରଖି ଏହି ଆଇନ ପ୍ରଣୟନ କରାଯାଇଛି ।  ମହିଳା ଜଣକ ଦୁଇ ପିଲାଙ୍କ ସହ ଲାହୋର ଅଭିମୁଖେ ଯାଉଥିବାବେଳେ ରାଜପଥ ପାର୍ଶ୍ୱରେ ତାଙ୍କୁ ବଳାତ୍କାର କରାଯାଇଥିଲା। ଏହି ଘଟଣା ସମୟରେ ଉଭୟ ମହିଳାଙ୍କ ସନ୍ତାନ ଉପସ୍ଥିତ ଥିଲେ। ଏହା ପରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ସରକାର କଠୋର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories