www.samajalive.in
Sunday, December 7, 2025
13.1 C
Bhubaneswar

ପାକ୍‍ ନିମନ୍ତ୍ରଣକୁ ସୁଷମାଙ୍କ ଅଗ୍ରାହ୍ୟ; ପାକିସ୍ତାନ ଯିବେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ସିଧୁ

ଇସଲାମାବାଦ/ ନୂଆଦିଲ୍ଲୀ : ପାକିସ୍ତାନ ପଟୁ କରତାରପୁର କରିଡର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଭାରତର ଦୁଇ ଜଣ ମନ୍ତ୍ରୀ ହର୍‍ସିମ୍ରତ କାଉର ବାଦଲ ଓ ହରଦୀପ ସିଂହ ପୁରୀ ଯୋଗଦେବେ। ପାକିସ୍ତାନ ପକ୍ଷରୁ ଭାରତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଶନିବାର ଏଥିପାଇଁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସୁଷମା ଏହାକୁ ଅଗ୍ରାହ୍ୟ କରିବା ସହ ଉପରୋକ୍ତ ଦୁଇ ମନ୍ତ୍ରୀ ଯୋଗଦେବେ ବୋଲି କହିଛନ୍ତି। ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ନାହିଁ ବୋଲି ସୁଷମା କହିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ଆସନ୍ତା ୨୮ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ସୁଷମାଙ୍କୁ ନିମନ୍ତ୍ରଣ କରିଥିଲେ। ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ ଓ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କ ନିମନ୍ତ୍ରଣ ମିଳିଥିଲା। ସିଧୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମ୍ପର୍କରେ ପୂର୍ବରୁ ସୂଚନା ଦେଇଛନ୍ତି ପାକ୍‍ ସୂଚନା ମନ୍ତ୍ରୀ ଫୱଦ ଚୌଧୁରୀ। ଏହା ସିଧୁଙ୍କର ଦ୍ୱିତୀୟ ପାକିସ୍ତାନ ଗସ୍ତ ହେବ ବୋଲି ସେ କହିଛନ୍ତି।
ଗୁରଦାସପୁରଠାରେ ଭାରତ ପକ୍ଷରୁ ଆସନ୍ତା ୨୬ତାରିଖରେ ଆୟୋଜିତ ସମାନ କାର୍ଯ୍ୟକ୍ରମ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିହ ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶ ବିଧାନସଭାର ବାଚସ୍ପତି ପରଭେଜ ଇଲାହିଙ୍କୁ ନିମନ୍ତ୍ରଣ କରିଛନ୍ତି। ଅପରପକ୍ଷରେ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସିଧୁ କହିଛନ୍ତି ଯେ ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ହେଉଛନ୍ତି ତାଙ୍କର ସାଙ୍ଗ। ଇମ୍ରାନ ଯେତେବେଳେ ନିମନ୍ତ୍ରଣ କରିବେ ସେ ଯିବେ। ଭାରତ ସରକାର କରତାରପୁର କରିଡର ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ଦେବା ଓ ପାକିସ୍ତାନ ସରକାର ଏହାକୁ ସ୍ୱାଗତ ପୂର୍ବକ ଭାରତର ପରାମର୍ଶ ମୁତାବକ ନିଜ କ୍ଷେତ୍ରରେ କରିଡର ନିର୍ମାଣ କରିବା ଦ୍ୱାରା ତାଙ୍କର ସ୍ୱପ୍ନ ସାକାର ହୋଇଛି ବୋଲି ସିଧୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇମ୍ରାନଙ୍କ ଶପଥଗ୍ରହଣ ଉତ୍ସବରେ ସିଧୁ ଯୋଗଦେବା ସମୟରୁ କରତାରପୁର ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories