www.samajalive.in
Monday, December 8, 2025
17.1 C
Bhubaneswar

ଇମ୍ରାନଙ୍କ ଇସ୍ତଫା ଦାବିରେ ‘ଆଜାଦି ମାର୍ଚ୍ଚ’

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଇସ୍ତଫା ଦାବି ଜୋର ଧରିଛି। ଦେଶର ପ୍ରମୁଖ ମୌଲବୀ ତଥା ଦକ୍ଷିଣପନ୍ଥୀ ସଂଗଠନ ଉଲେମା-ଇ-ଇସଲାମ ଫଜଲ (ଜେୟୁଆଇ-ଏଫ୍)ର ନେତା ମୌଲାନା ଫଜଲୁର ରେହମାନଙ୍କ ନେତୃତ୍ବରେ ଏହି ବିକ୍ଷୋଭ ହୋଇଛି। ଶୁକ୍ରବାର ରେହମାନଙ୍କ ନେତୃତ୍ବରେ ଇସଲାମାବାଦରେ ବଡଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ବିକ୍ଷୋଭରେ ଦେଶର ପ୍ରମୁଖ ମୌଲବୀମାନେ ସାମିଲ ହୋଇଛନ୍ତି। ‘ଆଜାଦି ମାର୍ଚ୍ଚ’ ନାମରେ ହୋଇଥିବା ଏହି ବିକ୍ଷୋଭକୁ ଦେଶର ବିରୋଧୀ ଦଳଗୁଡିକ ସମର୍ଥନ କରିଛନ୍ତି। ୨୦୧୮ ସାଧାରଣ ନିର୍ବାଚନରେ ଜାଲିଆତି କରି ଇମ୍ରାନ କ୍ଷମତାକୁ ଆସିଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ରେହମାନ। ଏହା ସହିତ ଇମ୍ରାନ ଦେଶର ଅର୍ଥନୀତିକୁ ଭୁଲ୍‌ ପରିଚାଳନା ପୂର୍ବକ ଦେଶବାସୀଙ୍କୁ ଦୁଃଖ ଯାତନା ମଧ୍ୟକୁ ଠେଲିଛନ୍ତି ବୋଲି ସେ କହିଛନ୍ତି। ଇମ୍ରାନ ଦେଶର କାନ୍ଥ ବାଡରେ ଲାଗିଥିବା ପୋଷ୍ଟରକୁ ଦେଖି ଇସ୍ତଫା ଦେବା ଦରକାର; ନଚେତ ଆମେ ତାଙ୍କୁ ବିତାଡିତ କରିବୁ। ଅକ୍ଟୋବର ୩୧ରେ ରେହମାନ ଇସଲାମାବାଦରେ ପହଞ୍ଚିବାର ଥିବାବେଳେ ତାଙ୍କ ଶୋଭାଯାତ୍ରାରେ ଶହଶହ ଗାଡି ସାମିଲ ହେବାରୁ ଯାତ୍ରା ବିଳମ୍ବ ହୋଇଥିଲା। ତେଣୁ ନଭେମ୍ବର ୧ ଶୁକ୍ରବାର ରେହମାନ ଇସଲାମାବାଦରେ ପହଞ୍ଚି ଉଦ୍‌ବୋଧନ ଦେଇଥିଲେ। ଏହା ପୂର୍ବରୁ ସେ ସୁକ୍କୁର, ମୁଲତାନ, ଲାହୋର ଓ ଗୁଜରନୱାଲା ଗସ୍ତ କରିଥିଲେ। ଦେଶର ସୁରକ୍ଷା ଏଜେନ୍ସିର କହିବା ଅନୁଯାୟୀ ଆଜାଦି ମାର୍ଚ୍ଚରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଛନ୍ତି। ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଇସଲାମାବାଦରେ ଅତିରିକ୍ତ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ରାଜଧାନୀର ସମ୍ବେଦନଶୀଳ ସ୍ଥାନଗୁଡିକରେ ସେନା ମୁତୟନ କରାଯାଇଛି। ସଂସଦ, ସୁପ୍ରିମକୋର୍ଟ, ବିଦେଶ ମନ୍ତ୍ରଣାଳୟ, ପାକିସ୍ତାନ ଟେଲିଭିଜନ, ରୋଡିଓ ପାକିସ୍ତାନ ଓ ବିଦେଶୀ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଅଞ୍ଚଳଗୁଡିକରେ ସେନା ମୁତୟନ କରାଯାଇଛି। ଶୋଭାଯାତ୍ରାରେ ଉଦ୍‌ବୋଧନ ଦେଇ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି ଯେ ଇମ୍ରାନ ଜଣେ ସଖି କଣ୍ଢେଇ। ଦେଶବାସୀ ଏହି କଣ୍ଢେଇ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହନ୍ତି। ଅନ୍ୟତମ ବିରୋଧୀ ଦଳ ପାକିସ୍ତାନ ମୁସଲିମ୍‌ ଲିଗ ନୱାଜ (ପିଏମ୍ଏଲ୍‌-ଏନ୍‌) ସମର୍ଥନ କରିଛି। ଦେଶର ଅର୍ଥନୀତିକୁ ସୁଧାରିବା ଲାଗି ପାକିସ୍ତାନ ସରକାର ଉଦ୍ୟମ ଚଳାଇଥିବାବେଳେ ଏପରି ବିକ୍ଷୋଭ ଆରମ୍ଭ ହୋଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories