BJD Bijuli 480×75 Mob

ପାକିସ୍ତାନର ଅଭିଯୋଗ ; ପାକ୍‌ କୂଟନୀତିଜ୍ଞଙ୍କୁ ହଇରାଣ କରୁଛି ଭାରତ

BJD Bijuli 480×75 Mob
0

ଇସଲାମାବାଦ : ଭାରତରେ ଅବସ୍ଥାପିତ ପାକ୍‌ କୂଟନୀତିଜ୍ଞଙ୍କୁ ଉଦ୍ଦେଶ୍ୟମୂଳକଭାବେ ହଇରାଣ କରାଯାଉଛି ବୋଲି ପାକ୍‌ ସରକାର ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଓ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ଯଦି ଭାରତ ଏହି କାର୍ଯ୍ୟରୁ ନିବୃତ ନ ରହେ, ତେବେ ଭବିଷ୍ୟତରେ ପାକିସ୍ତାନ ଭାରତରୁ ଦୂତାବାସ ଅଧିକାରୀ ଓ ସେମାନଙ୍କର ପରିବାରବର୍ଗଙ୍କୁ ପ୍ରତ୍ୟାହାର କରିନେବ ବୋଲି ଧମକ ମଧ୍ୟ ଦେଇଛି।

ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା ପାକ୍‌ ଉପ ଉଚ୍ଚାୟୁକ୍ତଙ୍କ ପିଲାମାନେ ସ୍କୁଲ ଯିବା ସମୟରେ ଭାରତୀୟ ପୁଲିସ ସେମାନଙ୍କୁ ଅଟକାଇବା ସହ ବିଭିନ୍ନ ପ୍ରଶ୍ନ ପଚାରୁଛି ବୋଲି ଅଭିଯୋଗ ହୋଇଛି।

ଏପରିକି ପାକ୍‌ କୂଟନୀତିଜ୍ଞମାନେ କୌଣସି କାର୍ଯ୍ୟରେ ଦୂତାବାସ ବାହାରକୁ ଗଲେ ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ମଧ୍ୟ କରାଯାଉଛି। ଦିଲ୍ଲୀରେ ଚଳପ୍ରଚଳ କରୁଥିବା ପାକ୍‌ ଦୂତାବାସର କେତେକ ଗାଡିକୁ ଜାଣିଶୁଣି ଧକ୍କା କରାଯାଉଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଜାତିସଂଘରେ ଅବସ୍ଥାପିତ ଭାରତୀୟ ପ୍ରତିନିଧି ଶନିବାର ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେବାପରେ ପାକିସ୍ତାନ ଏଭଳି ପାଲଟା ଅଭିଯୋଗ କରିଛି।

Leave A Reply