କରାଚୀ: ପାକିସ୍ତାନ ବାୟୁସେନା(ପିଏଏଫ୍)ର ଏକ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଫ୍ଲାଇଙ୍ଗ୍ ଅଫିସର ଇବାଦ ଓ ସ୍କ୍ୱାଡନ ଲିଡର୍ ହାରିସଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ପ୍ରଶିକ୍ଷଣ ପାଇଁ ବ୍ୟବହୃତ ହେଉଥିଲା। ଏହି ବିମାନ ମିଆଁୱାଲୀ ସ୍ଥିତ ଆଲମ ଏୟାରବେସରୁ ଉଡ଼ାଣ ଆରମ୍ଭ କରିଥିଲା।
https://twitter.com/KalimKhanNiazi/status/1214458988735221761
ତେବେ ପାକ୍ ବାୟୁସେନା ଏପର୍ଯ୍ୟନ୍ତ ଏନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ। ଏହା ସହିତ ଦୁର୍ଘଟଣାର କାରଣ ମଧ୍ୟ ଏଯାବତ୍ ଜଣାପଡ଼ି ନାହିଁ।



