www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତରେ ଶରଣ ପାଇଁ ମୋଦୀଙ୍କ ଅନୁମତି ଲୋଡ଼ିଲେ ପାକିସ୍ତାନୀ ନେତା

ନୂଆଦିଲ୍ଲୀ: ମୁତ୍ତାହିଦା କୌମୀ ମୁଭମେଣ୍ଟ(ଏମକ୍ୟୁଏମ)ର ପ୍ରତିଷ୍ଠାତା ଅଲ୍‌ତାଫ ହୁସେନଙ୍କୁ ପାକିସ୍ତାନ ସରକାର ନିର୍ବାସିତ କରିବା ପରେ ସେ ଭାରତରେ ଶରଣ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁମତି ମାଗିଛନ୍ତି। ସେ ଏବଂ ତାଙ୍କ ସମର୍ଥକମାନେ ଭାରତରେ ଶରଣ ନେବାକୁ ଚାହୁଁଛନ୍ତି ବୋଲି ଅଲ୍‌ତାଫ ନିବେଦନ କରିଛନ୍ତି। ଯଦି ତାଙ୍କୁ ଶରଣ ଦିଆ ନ ଯାଏ, ତେବେ ନିଜ ମାମଲାକୁ ସେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତକୁ ନେବା ପାଇଁ କିଛି ଆର୍ଥିକ ସହାୟତା କରିବାକୁ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ୬୭ ବର୍ଷୀୟ ଅଲ୍‌ତାଫ ଏବେ ଲଣ୍ଡନରେ ନିର୍ବାସିତ ଜୀବନ ବିତାଉଛନ୍ତି। ଭାରତରେ ଶରଣ ଦିଆଗଲେ ସେ ରାଜନୈତିକ ପ୍ରସଙ୍ଗରେ କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଅଲ୍‌ତାଫ ଗତ ସପ୍ତାହରେ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ପୋଷ୍ଟ କରି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ଅସଉଦ୍ଦିନ ଓୱେସୀଙ୍କୁ ଟାର୍ଗେଟ କରି ସେ କହିଥିଲେ, ଯେଉଁମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁନାହାନ୍ତି ସେମାନେ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଦରକାର। ଅଲତାଫ କହିଛନ୍ତି, ସେ ଶାନ୍ତିପ୍ରିୟ ବ୍ୟକ୍ତି ଅଟନ୍ତି। ସେ ରାଜନୀତିରେ କୌଣସି ହସ୍ତକ୍ଷେପ କରିବେ ନାହିଁ। କେବଳ ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ଭାରତରେ ରହିବା ଲାଗି ସ୍ଥାନ ଦିଆଯାଉ। ପାକ୍‌ ସରକାର ତାଙ୍କ ଘର ଏବଂ କାର୍ଯ୍ୟାଳୟକୁ ଜବତ କରିନେଇଛନ୍ତି। ଯଦି ଭାରତ ଶରଣ ଦେଇପାରିବ ନାହିଁ, ତେବେ ଅତିକମ୍‌ରେ କିଛି ଆର୍ଥିକ ସହଯୋଗ କରୁ, ଯେଉଁଥିପାଇଁ ସେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ପାକିସ୍ତାନ ସରକାର ବିରୋଧରେ ମାମଲା ଲଢ଼ିପାରିବେ ବୋଲି ଅଲତାଫ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories