www.samajalive.in
Monday, December 8, 2025
13.1 C
Bhubaneswar

ଭାରତକୁ ଯୁଦ୍ଧ ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ : ଭାରତ ସରକାର ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ର ଉଚ୍ଛେଦ ସହ ଜାମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭାଜିତ କରିବା ପରେ ପାକିସ୍ତାନ ରାଜନୀତିରେ ଅସ୍ଥିରତା ସୃଷ୍ଟି ହୋଇଛି। ଏହାକୁ ନେଇ ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୱାଦ ହୁସେନ ଚୌଧୁରୀ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଏହାସହ ସେ ଭାରତ ସହ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିବାକୁ ପାକିସ୍ତାନ ସରକାରଙ୍କ ନିକଟରେ ଦାବି ରଖିଛନ୍ତି।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ଫୱାଦ କହିଛନ୍ତି ଯେ ଭାରତ ରାଷ୍ଟ୍ରଦୂର ଏଠାରେ କାହିଁକି ଅଛନ୍ତି। ଆମେ କାହିଁକି ଭାରତ ସହ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରୁନାହେଁ ? ଯେତେବେଳେ ଦୁଇ ଦେଶ ମଧ୍ୟରେ କୌଣସି କୂଟନୈତିକ ସମ୍ପର୍କ ନାହିଁ ତେବେ ଆମ ରାଷ୍ଟ୍ରଦୂତ ସେଠାରେ (ଭାରତରେ) କ’ଣ କରୁଛନ୍ତି। ଇସଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିୟା ଜଣେ ଭଲ ଲୋକ କିନ୍ତୁ ସେ ଏକ ‘ଫାଶୀବାଦୀ ସରକାର’ର ପ୍ରତିନିଧିତ୍ୱ କରୁଛନ୍ତି। ପାକିସ୍ତାନ କାଶ୍ମୀରକୁ ଏକ ଦ୍ୱିତୀୟ ପାଲେଷ୍ଟାଇନ ହେବାକୁ ଦେବ ନାହିଁ। ଯୁଦ୍ଧକୁ ଡରନାହିଁ କାରଣ ସମ୍ମାନ ସବୁଠୁ ବଡ଼ କଥା। ଆମକୁ ଅପମାନ ଏବଂ ଯୁଦ୍ଧ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିବ। ଯୁଦ୍ଧ ସମ୍ମାନ ପାଇଁ ଲଢାଯାଏ, ଜିତିବା ବା ହାରିବା ପାଇଁ ନୁହେଁ। ତେଣୁ ଆମକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ।
ପ୍ରକାଶ ଯେ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ କମର ଜାଭେଦ ବାଜୱା ଭାରତ ବିରୋଧରେ ଉତ୍ତେଜକ ଓ ଧମକପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି। ଅପରପକ୍ଷରେ ପାକିସ୍ତାନର ବିରୋଧୀ ଦଳଗୁଡ଼ିକ ଅନ୍ତର୍ଜାତୀୟ ମହଲରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୂଟନୈତିକ ବିଫଳତା ଓ ନିଷ୍କ୍ରିୟତାକୁ କଡ଼ା ସମାଲୋଚନା କରିଛନ୍ତି। ଏହା ମଧ୍ୟରେ ପାକିସ୍ତାନ ମନ୍ତ୍ରୀ ପୱାଦ ହୁସେନ ଚୌଧୁରୀଙ୍କ ମନ୍ତବ୍ୟ ନିଅାଁରେ ଘିଅ ଢାଳିବା ପରି ହୋଇଛି। ଭାରତ ସହ ଯୁଦ୍ଧ ଚିନ୍ତାକୁ ପାକିସ୍ତାନର ଅନେକ ବୁଦ୍ଧିଜୀବୀ ବିରୋଧ କରିଆସୁଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories