ପଦ୍ମପୁରରେ ଘଡ଼ଘଡ଼ି ସହ ବର୍ଷା, ଉପୁଡ଼ି ପଡ଼ିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

ପଦ୍ମପୁର :  ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ତ୍ରାହି ।  ଆଜି ସନ୍ଧ୍ୟା ସମୟରେ ବର୍ଷା ହେବା ଯୋଗୁଁ ଲୋକଙ୍କୁ କିଛିଟା ଆଶ୍ବସ୍ତି ଆଣିଦେଇଛି। କଲେ କାଳବୈଶାଖି ପ୍ରଭାବରେ ପଦ୍ମପୁରର ବିଭିନ୍ନ ସ୍ଥାନରେ ବହୁ ସମୟ ଧରି ଘଡଘଡି ସହ  ବର୍ଷା ହୋଇଛି । ଭିଜିଛି ପୁରା ପଦ୍ମପୁର ଅଞ୍ଚଳ । ଘଡଘଡି ଓ ପବନ ସହ ବର୍ଷା ହୋଇଛି । ଫଳରେ ଅସହ୍ୟ ଗରମ ଓ ଗୁୁଳୁଗୁଳିରୁ ମୁକ୍ତି ମିଳିଛି । ବର୍ଷା ପବନ ଯୋଗୁଁ କିଛି ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଛି।

ଗତକାଲି ପଦ୍ମପୁରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଗତ ଚାରିଦିନହେଲା ଅଞ୍ଚଳରେ ଜଳବାୟୁ ର ଆଦ୍ରତା ଵୃଦ୍ଧି ପାଇବା ହେତୁ ଭୀଷଣ ଗରମ ସାଙ୍ଗକୁ ଗୁଳୁ ଗୁଳି ଯୋଗୁ ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଥିଲା । ଭୀଷଣ ଗରମ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ରାସ୍ତା ଜନଶୂନ୍ୟ ହୋଇ ଯାଇଥିବା ବେଳେ ସାଧାରଣ ଲୋକେ ଘର ଭିତରେ ରହି ଆଉଟୁ ପାଉଟୁ ହୋଉଥିଲେ । ସିମେଣ୍ଟ ଓ କଂକ୍ରିଟ ରାସ୍ତା ଯୋଗୁଁ ସିଧା ସଳଖ ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣ ପଡି ଅଧିକ ଅନୁଭୂତ ହେଉଥିଲା । ଆଜିର କାଳବୈଶାଖୀ ଝଡ଼ବର୍ଷା ପରେ ତାପମାତ୍ର କମିଯାଇଛି।

Comments are closed.